‘‘ପର୍ତୁଗାଲ୍‌ ଦଳ ଛାଡ଼ିବାକୁ କହିନାହାନ୍ତି ରୋନାଲ୍‌ଡୋ’’

Advertisment
‘‘ପର୍ତୁଗାଲ୍‌ ଦଳ ଛାଡ଼ିବାକୁ କହିନାହାନ୍ତି ରୋନାଲ୍‌ଡୋ’’

ଦୋହା : ସ୍ବିଜରଲାଣ୍ଡ୍‌ ବିପକ୍ଷ ପ୍ରି-କ୍ବାର୍ଟରଫାଇନାଲ୍ ମ୍ୟାଚ୍‌ରେ ପ୍ରାରମ୍ଭିକ ଏକାଦଶରେ ପର୍ତୁଗାଲ୍‌ର ତାରକା କ୍ରିଷ୍ଟିଆନୋ ରୋନାଲଡୋ ନ ଖେଳିବାକୁ ନେଇ ବିବାଦର ଅନ୍ତ ଘଟୁନାହିଁ। ଦଳ ଭିତରେ ମତଭେଦ ରହିଥିବା କଥା ସନ୍ଦେହ କରାଯାଉଥିଲେ ମଧ କୌଣସି ଚିତ୍ର ସ୍ପଷ୍ଟ ମିଳିନାହିଁ। ଶନିବାର କ୍ବାର୍ଟରଫାଇନାଲ୍‌ରେ ପର୍ତୁଗାଲ୍‌ ଭେଟିବାକୁ ଯାଉଛି ମରକ୍କୋକୁ। ଏହା ପୂର୍ବରୁ ବିବାଦର ଅନ୍ତ ଘଟାଇବାକୁ ଯାଇ ଦଳର ପ୍ରଶିକ୍ଷକ ଫର୍ଣ୍ଣାଣ୍ଡୋ ସାଣ୍ଟୋସ୍‌ କହିଛନ୍ତି, ‘କ୍ରିଷ୍ଟିଆନୋ ରୋନାଲଡୋ ଜାତୀୟ ଦଳ ଛାଡ଼ିବାକୁ‌ କୌଣସି ଧମକ ଦେଇନଥିଲେ। ପର୍ତୁଗାଲ୍ ଫୁଟ୍‌ବଲ୍ ଫେଡେରେସନ୍‌ ମଧ୍ୟ ଏହି ମର୍ମରେ ଏକ ବିଜ୍ଞପ୍ତି ଜାରି କରିଛି। ସାଣ୍ଟୋସ କହିଛନ୍ତି, ଦୃଶ୍ୟପଟ୍ଟ ପଛରେ କ’ଣ ଘଟିଲା ଏହା ବର୍ଣ୍ଣନା କରିବା କଷ୍ଟକର କଥା। ରୋନାଲ୍‌ଡୋ କିନ୍ତୁ ଦଳ ଛାଡ଼ିବା କଥା ଆଦୌ କହିନାହାନ୍ତି।

ରୋନାଲ୍‌ଡୋଙ୍କୁ ଏବେ ନିରୋଳା ଛାଡ଼ିଦେବାର ଶ୍ରେଷ୍ଠ ସମୟ ଆସିଛି। ମୁଁ ତାଙ୍କ ସହ ଆଲୋଚନା କରିଛି, ଏଭଳି କିଛି ଘଟିବାର ନ ଥିଲା। ତଥାପି ଏହା ଦଳୀୟ ମୌଳିକର ଅଂଶବିଶେଷ। ସେ ଆମ ଦଳର ଅଧିନାୟକ। ପର୍ତୁଗାଲ୍ ପାଇଁ କ’ଣ କରିଛନ୍ତି ସମସ୍ତେ ଜାଣନ୍ତି। ସ୍ବିଜରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ମୁଁ ପ୍ରଥମରୁ ନ ଖେଳାଇବା କଥା ଆଗରୁ କହିଥିଲି। ଏହି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ଥିବାରୁ ଦ୍ବିତୀୟାର୍ଦ୍ଧ ପାଇଁ ତାଙ୍କୁ ସୁରକ୍ଷିତ ରଖିଥିଲି।’ ବୋଲି କହିଛନ୍ତି ସାଣ୍ଟୋସ୍‌। ଏବେ ସେସବୁକୁ ପଛରେ ପକାଇ କ୍ବାର୍ଟରଫାଇନାଲ୍ ଉପରେ ନଜର ରଖିଛୁ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ସ୍ବିଜରଲାଣ୍ଡ୍‌ ବିପକ୍ଷ ପ୍ରି-କ୍ବାର୍ଟରରେ ରୋନାଲଡୋ ପ୍ରଥମ ଏକାଦଶରେ ଖେଳିନଥିଲେ ମଧ୍ୟ ଦ୍ବିତୀୟାର୍ଦ୍ଧରେ ବଦଳ ଖେଳାଳି ଭାବେ ଆସିଥିଲେ। ସେତେବେଳେକୁ କିନ୍ତୁ ପର୍ତୁଗାଲ୍‌ ବଡ଼ ଅଗ୍ରଣୀ (୬-୧) ନେଇ ସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe