ଇତିହାସ ରଚିଲେ ରୋନାଲ୍‌ଡୋ, ପେସାଗତ ଫୁଟ୍‌ବଲ୍‌ରେ ୭୬୦ତମ ଗୋଲ୍‌

Advertisment
ଇତିହାସ ରଚିଲେ ରୋନାଲ୍‌ଡୋ, ପେସାଗତ ଫୁଟ୍‌ବଲ୍‌ରେ ୭୬୦ତମ ଗୋଲ୍‌

ରିଜିଓ ଏମିଲିଆ (ଇଟାଲି): ପର୍ତ୍ତୁଗାଲ ଓ ଜୁଭେଣ୍ଟସ୍‌ ଫୁଟ୍‌ବଲ୍‌ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ ବୁଧବାର ଇତିହାସ ରଚିଛନ୍ତି। ପେସାଗତ ଫୁଟ୍‌ବଲ୍‌ରେ ସେ ବୁଧବାର ୭୬୦ ଗୋଲ୍‌ ମାଇଲଖୁଣ୍ଟ ଛୁଇଁଛନ୍ତି। ତାଙ୍କର ଏହି କୀର୍ତ୍ତିମାନଭରା ଗୋଲ୍‌ ବଳରେ ଜୁଭେଣ୍ଟସ୍‌ ଇଟାଲିଆନ୍‌ ସୁପରକପ୍‌ ଫାଇନାଲ୍‌ରେ ୨-୦ ଗୋଲ୍‌ରେ ନାପୋଲିକୁ ପରାସ୍ତ କରି ଟ୍ରଫି କରାୟତ୍ତ କରିଛି। ରୋନାଲ୍‌ଡୋଙ୍କ ଏହି ୭୬୦ ଗୋଲ୍‌ ସର୍ବାଧିକ ବୋଲି ଫିଫା ଅଫିସିଆଲ୍‌ ଭାବେ କୌଣସି ଘୋଷଣା କରିନି। ହେଲେ ବିଭିନ୍ନ ଗଣମାଧ୍ୟମ ସର୍ବାଧିକ ଗୋଲ୍‌ ତାଲିକାର ଶୀର୍ଷରେ ଥିବା ଅଷ୍ଟ୍ରିଆ-ଚେକ୍‌ଗଣରାଜ୍ୟର ‌ଜୋସେଫ ‌ବିକାନଙ୍କୁ ରୋନାଲ୍‌ଡୋ ପଛରେ ପକାଇଦେଇଥିବା ନେଇ ଚର୍ଚ୍ଚା ହେଉଛି। ବିକାନଙ୍କ ସହ ବ୍ରାଜିଲ କିଂବଦନ୍ତି ପେଲେ ଓ ରୋମାରିଓ ନିଜ ନିଜ ଜୀବନରେ ୧୦୦୦ରୁ ଊର୍ଧ୍ବ ଗୋଲ୍‌ କରିଛନ୍ତି। ଅଫିସିଆଲ୍ ସହ ଆମେଚର, ଅନ୍‌ଅଫିସିଆଲ୍‌ ଓ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ର ମୋଟ ଗୋଲ୍‌ ଏହି ପରିସଂଖ୍ୟାନରେ ରହିଛି। ୩୫ ବର୍ଷୀୟ ରୋନାଲ୍‌ଡୋଙ୍କ ନିକଟତର ସକ୍ରିୟ ଖେଳାଳିଙ୍କ ମଧ୍ୟରେ କେବଳ ଆର୍ଜେଣ୍ଟିନା ତାରକା ଲିଓନେଲ ମେସି ରହିଛନ୍ତି। ମେସି ଗତ ମାସରେ ଗୋଟିଏ କ୍ଲବ୍‌ (ବାର୍ସିଲୋନା) ପାଇଁ ୬୪୪ ଗୋଲ୍‌ କରିଥିଲେ। ପର୍ତ୍ତୁଗାଲର ସର୍ବାଧିକ ଗୋଲ୍‌ ସ୍କୋରର୍‌ ରୋନାଲ୍‌ଡୋ (୧୦୨) ବିଭିନ୍ନ କ୍ଲବ୍‌ ଯଥା ସ୍ପୋର୍ଟିଂ ଲିସ୍‌ବନ (୫), ମ‌ାଞ୍ଚେଷ୍ଟର ୟୁନାଇଟେଡ୍‌ (୧୧୮), ରିଅଲ୍‌ ମାଦ୍ରିଦ (୪୫୦) ଓ ଜୁଭେଣ୍ଟସ (୮୫) ପାଇଁ ଖେଳି ଗୋଲ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe