ରୋନାଲ୍ଡୋ ଚତୁର୍ଥ ସନ୍ତାନର ପିତା

Advertisment
ରୋନାଲ୍ଡୋ ଚତୁର୍ଥ ସନ୍ତାନର ପିତା

ମାଦ୍ରିଦ୍‌: ରିଅଲ୍‌ ମାଦ୍ରିଦ୍‌ ତାରକା କ୍ରିଷ୍ଟିଆନ୍‌ ରୋନାଲ୍ଡୋ ବିବାହ ନକରି ଚତୁର୍ଥ ସନ୍ତାନର ପିତା ହୋଇଛନ୍ତି। ପ୍ରେମିକା ଜର୍ଜିନା ରଡ୍ରିଗୁଏଜ୍‌ ରବିବାର ତାଙ୍କ ଚତୁର୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି। ରୋନାଲ୍ଡୋ ନିଜେ ଟ୍ଵିଟର୍‌ରେ ଏହି ସୂଚନା ଦେଇଛନ୍ତି। ଏହି କନ୍ୟା ସନ୍ତାନର ନାଁ ସେ ଆଲାନା ମାର୍ଟିନା ରଖିଛନ୍ତି। ଉଭୟ ମା’ ଏବଂ ଝିଅ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହାର ପ୍ରମାଣ ଦେବାକୁ ଯାଇ ରୋନାଲ୍ଡୋ ଜର୍ଜିନା ଏବଂ ନିଜ ପ୍ରଥମ ସନ୍ତାନ ଜୁନିୟର ରୋନାଲ୍ଡୋଙ୍କ ସହ ଏକ ଫୋଟୋ ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିଛନ୍ତି। ଗତ ଜୁନ୍‌ରେ ରୋନାଲ୍ଡୋ ଭଡ଼ା ଗର୍ଭ ବା ସରୋଗେସି ମାଧ୍ୟମରେ ଯମଜ ସନ୍ତାନ ଇଭା ଓ ମାତିଓଙ୍କର ପିତା ହୋଇଥିଲେ। ସେ ମଧ୍ୟ ଜୁଲାଇ ୨୦୧୦ ମସିହାରେ ଏହି ପ୍ରକ୍ରିୟା ଜରିଆରେ ଜୁନିୟର ରୋନାଲ୍ଡୋଙ୍କର ପିତା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe