ତୁର୍କୀ ଭୂମିକମ୍ପ ପୀଡ଼ିତଙ୍କ ସହାୟତା ପାଇଁ ରୋନାଲ୍ଡୋଙ୍କ ଜର୍ସି ନିଲାମ ହେବ

Advertisment
ତୁର୍କୀ ଭୂମିକମ୍ପ ପୀଡ଼ିତଙ୍କ ସହାୟତା ପାଇଁ ରୋନାଲ୍ଡୋଙ୍କ ଜର୍ସି ନିଲାମ ହେବ

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ଘଟିଥିବା ଭୟାବହ ଭୂମିକମ୍ପରେ ହଜାର ହଜାର ଲୋକଙ୍କ ଜୀବନହାନି ଘଟିଛି। ଏପରିକି ଅନେକ ଏବେ ବି ନିଖୋଜ ଅଛନ୍ତି। ତେବେ ପୀଡ଼ିତମାନଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ଜୁଭେଣ୍ଟସ୍‌ର ପୂର୍ବତନ ଡିଫେଣ୍ଡର ମେରି ଡେମିରାଲ୍‌। ତାଙ୍କ ପାଖରେ ଥିବା ପୂର୍ବତନ ସାଥୀ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ଅଟୋଗ୍ରାଫ ସମ୍ବଳିତ ଜର୍ସିକୁ ‌ନିଲାମ କରିବେ।

ନିଲାମରୁ ଆୟ ଅର୍ଥକୁ ଭୂମିକମ୍ପ ପୀଡ଼ିତଙ୍କ ପାଇଁ ଏକ ଏନ୍‌ଜିଓ ମାଧ୍ୟମରେ ଦାନ କରିବେ ବୋଲି ଟ୍ବିଟରରେ ଜଣାଇଛନ୍ତି। ଏସଂପର୍କରେ ସେ ରୋନାଲ୍ଡୋଙ୍କ ସହିତ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଏହି ଭୂମିକମ୍ପରେ ପାଖାପାଖି ୯୫୦୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲା ବେଳେ ସିରିଆରେ ୨୫୦୦ରୁ ଉର୍ଦ୍ଧ୍ବ ଜୀବନହାନି ଘଟିଛି। ଘାନାର ଫୁଟବଲ୍‌ ଖେଳାଳି କ୍ରିଷ୍ଟିଆନ୍‌ ଅସ୍ତୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବା ଉକ୍ତ ଦେଶର ଫୁଟ୍‌ବଲ୍‌ ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe