ଡାକ୍ତରଖାନା ଶଯ୍ୟାରୁ ଫେରି ରୁଟ୍‌ ପ୍ରଶଂସିତ

Advertisment
ଡାକ୍ତରଖାନା ଶଯ୍ୟାରୁ ଫେରି ରୁଟ୍‌ ପ୍ରଶଂସିତ

ଇଂଲଣ୍ଡ ପରାଜୟ ମୁହଁ ଦେଖିଥିଲେ ମଧ୍ୟ ଦଳର ଅଧିନାୟକ ଜୋ ରୁଟ୍‌ ତାଙ୍କ ସାହସିକ ଆଚରଣ ପାଇଁ ପ୍ରଶଂସିତ ହୋଇଛନ୍ତି। ୨୭ ବର୍ଷୀୟ ରୁଟ୍‌ ଗ୍ୟାଷ୍ଟ୍ରୋ ସମସ୍ୟା କାରଣରୁ ପୂର୍ବ ରାତିରୁ ଡାକ୍ତରଖାନାରେ ଭର୍ତି ହୋଇଥିଲେ। କିନ୍ତୁ ଦଳରୁ ପରାଜୟରୁ ରକ୍ଷା କରିବା ଅଭିଳାଷ ନେଇ ରୋଗୀ ଶଯ୍ୟାରୁ ଉଠି ଆସିଥିଲେ ବିଶେଷ ଫରକ ପକାଇ ପାରିନଥିଲେ। ୫୮ ରନ୍‌ରେ ଅପରାଜିତ ଥିବାବେଳେ ସେ ରିଟାର୍ଟ ହର୍ଟ ହୋଇ ଡ୍ରେସିଂ ରୁମ୍‌ରେ ଶୋଇ ରହିଥିଲେ। ଡାଇରିଆ ଓ ବାନ୍ତି କାରଣରୁ ପୂର୍ବ ରାତିରେ ସେ କିଛି ଖାଇ ନ ଥିଲେ କି ଶୋଇ ନ ଥିଲେ। ପରଦିନ ସକାଳେ ମିନିଟିଏ ବି ଖେଳିବା ସ୍ଥିତିରେ ନ ଥିଲେ। କିନ୍ତୁ ଦଳ ଓ ଦେଶର ସ୍ୱାର୍ଥକୁ ଆଗରେ ରଖି ସେ ବ୍ୟାଟିଂ କରିଥିଲେ ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ। ବ୍ୟକ୍ତିଗତ ଭାବେ ୧୬ ରନ ଯୋଡ଼ି ସେ ଅପରାଜିତ ଥିଲେ ମଧ୍ୟ ବିରତି ପରେ ବ୍ୟାଟିଂ କରିବାକୁ ନ ଆସିବାରୁ ଶେଷ ୪ ଓ୍ଵିକେଟ୍‌କୁ ୩୬ ରନରେ ହରାଇ ଇଂଲଣ୍ଡ ପାଳି ବ୍ୟବଧାନରେ ହାରିଯାଇଥିଲା। ରୁଟଙ୍କ ଆଚରଣ ପାଇଁ କିନ୍ତୁ ସାଥୀ ଖେଳାଳିମାନେ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ତାଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା ଏବଂ ଶତକବିହୀନ ଶୃଙ୍ଖଳା ସମାଲୋଚନାର କାରଣ ଥିଲା। କିନ୍ତୁ ଏବେ ଅସୁସ୍ଥତା ଭିତରେ ବ୍ୟାଟିଂ କରିବା ନିଜ ଦଳ ପାଇଁ ଉଦାହରଣ ଛାଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe