ରୁଟ୍‌ଙ୍କ ଦ୍ବିଶତକ: ଇଂଲଣ୍ଡ ଦୃଢ଼

Advertisment

ଦ୍ବିତୀୟ ପାଳିରେ ଲଢ଼ିଲା ଶ୍ରୀଲଙ୍କା ୧୫୬/୨

ଦ୍ବିତୀୟ ପାଳିରେ ଲଢ଼ିଲା ଶ୍ରୀଲଙ୍କା ୧୫୬/୨

ରୁଟ୍‌ଙ୍କ ଦ୍ବିଶତକ: ଇଂଲଣ୍ଡ ଦୃଢ଼

Job Vacancy

ଗଲ୍‌: ଅଧିନାୟକ ଜୋ ରୁଟ୍‌ଙ୍କ ଆକର୍ଷଣୀୟ ଦ୍ବିଶତକ (୨୨୮) ବଳରେ ଇଂଲଣ୍ଡ ପ୍ରଥମ ପାଳିରେ ୪୨୧ ରନ୍‌ କରିଛି। ଜବାବରେ ୨୮୬ ରନ୍‌ ପଛୁଆ ଥିବା ଘରୋଇ ଶ୍ରୀଲଙ୍କା ଦଳ ଦ୍ବିତୀୟ ପାଳିରେ ଲଢ଼ୁଆ ବ୍ୟାଟିଂ କରିଛି। ତୃତୀୟ ଦିନ ଖେଳ ଶେଷ ବେଳକୁ ଦିନେଶ ଚାନ୍ଦିମାଳଙ୍କ ଦଳ ୨ ୱିକେଟ୍ ବିନିମୟରେ ୧୫୬ ରନ୍ ସଂଗ୍ରହ କରିଛି। ଦୁଇ ଦିନ ଖେଳ ବାକି ଥିବାରୁ ଆହୁରି ୧୩୦ ରନ୍‌ ପଛୁଆ ଥିବା ଶ୍ରୀଲଙ୍କା ଏହି ଟେଷ୍ଟ୍‌ରେ ବର୍ତ୍ତିବାକୁ ନିଶ୍ଚିତ ସଂଘର୍ଷ କରିବ।

ତୃତୀୟ ଦିନ ସକାଳେ ଇଂଲଣ୍ଡ ୩୨୦/୪ରୁ‌ ‌ଖେଳି ୧୦୧ ରନ୍‌ ଯୋଡ଼ି ଅବଶିଷ୍ଟ ୬ ୱିକେଟ୍ ହରାଇଥିଲା। ଅଧିନାୟକ ଜୋ ରୁଟ୍‌ ୩୨୧ ବଲ୍ ଖେଳି ୧୮ ଚୌକା, ୧ ଛକା ସହାୟତାରେ ୨୨୮ ରନ୍‌ କରି ଦିଲରୁୱାନ ପେ‌ରେରାଙ୍କ ଶିକାର ହୋଇଥିଲେ। ରୁଟଙ୍କ ସହ ଶନିବାର କେବଳ ଜୋସ୍ ବଟ୍ଟଲର୍‌ (୩୦) ଭଲ ଭାଗୀଦାରି କରି ୬୮ ରନ୍ ଯୋଡ଼ିଥିଲେ। ୪୯ ରନ୍‌ ଭିତରେ ଇଂଲଣ୍ଡ ଶେଷ ୬ ୱିକେଟ୍ ହରାଇଥିଲା। ରୁଟ ନିଜ ଟେଷ୍ଟ୍ ଜୀବନର ୧୮ତମ ଶତକକୁ ଚତୁର୍ଥ ଦ୍ବିଶତକରେ ପରିଣତ କରିଥିଲେ। ସ୍ପିନର୍‌ ଦିଲରୁୱାନ ପେରେରା ସର୍ବାଧିକ ୪ ୱିକେଟ୍ ନେଇଥିଲେ।
ଜବାବରେ ଶ୍ରୀଲଙ୍କା ପାଇଁ କୁସାଲ ପେରେରା ଏବଂ ଲାହିରୁ ଥିରିମାନେ ପ୍ରଥମ ୱିକେଟ୍‌ ଭାଗୀଦାରିରେ ୧୦୧ ରନ୍ ଉଠାଇଥିଲେ। କୁସାଲ୍ ପେରେରା (୬୨, ୧୦୯ ବଲ୍‌) ଏବଂ କୁସାଲ୍ ମେଣ୍ଡିସ୍ (୧୫, ୬୫ ବଲ୍‌)ଙ୍କୁ ଯଥାକ୍ରମେ ସାମ୍ କରନ୍‌ ଓ ଜ୍ୟାକ୍ ଲିଚ୍‌ ଆଉଟ୍ କରି ଇଂଲଣ୍ଡକୁ ପ୍ରତ୍ୟାବର୍ତନ ସ‌ୁଯୋଗ ଦେଇଛନ୍ତି।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୧୩୫ (ଦୀନେଶ ଚାନ୍ଦିମାଳ-୨୮, ଡୋମିନିକ୍ ବେସ୍-୫/୩୦, ଷ୍ଟୁଆର୍ଟ ବ୍ରଡ୍-୩/୨୦)। ଇଂଲଣ୍ଡ‌ ପ୍ରଥମ ପାଳି: ୧୧୭.୧ ଓଭରରେ ୪୨୧ (ଜୋ ରୁଟ୍‌-୨୨୮, ଡାନିଏଲ୍‌ ଲରେନ୍ସ-୭୩, ଜନି ବେୟାରଷ୍ଟୋ-୪୭, ଜୋସ୍ ବଟ୍ଟଲର୍-୩୦, ଦିଲରୁୱାନ ପେରେରା-୪/୧୦୯, ଲସିଥ୍ ଏମ୍ବୁଲଦେନିୟା-୩/୧୭୬, ଅସିଥା ଫର୍ଣ୍ଣାଣ୍ଡୋ-୨/୪୪)। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୬୧ ଓଭରରେ ୧୫୬/୨ (କୁସାଲ ପେରେରା-୬୨, ଲାହିରୁ ଥିରିମାନେ-୭୬*, ଲସିଥ୍ ଏମ୍ବୁଲଦେନିୟା-୦*, ସାମ୍ କରନ୍‌-୧/୨୫, ଜ୍ୟାକ୍ ଲିଚ୍‌-୧/୬୭)।

କୁକ୍‌ଙ୍କୁ ଟପିଲେ ରୁଟ୍‌
ଜୋ ରୁଟ୍‌ ଶନିବାର ଦ୍ବିଶତକ ଜମାଇବା ଅବସରରେ ମଧ୍ୟ ଟେ‌ଷ୍ଟ୍‌ରେ ୮୦୦୦ ରନ୍‌ ପୂରଣ କରିଥିଲେ। ଏଥିପାଇଁ ରୁଟ୍‌ ୧୭୮ ପାଳି ଖେଳିଛନ୍ତି। ଏକ୍ଷେତ୍ରରେ ସେ ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଆଲିଷ୍ଟର କୁକ୍‌ (୧୮୧)ଙ୍କୁ ଟପି ଇଂଲଣ୍ଡର ଦ୍ବିତୀୟ ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ ଭାବେ ଦ୍ରୁତତମ ୮୦୦୦ ରନ୍‌ କରିବାର କୀର୍ତ୍ତିମାନ ଏବେ ବି କେଭିନ୍‌ ପିଟରସନ୍‌ (୧୭୬)ଙ୍କ ନାମରେ ଅତୁଟ ରହିଛି। ଅନ୍ୟ ଇଂଲିସ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ଗ୍ରାହାମ୍‌ ଗୁଚ୍‌ ୧୮୯ ଏବଂ ଜିଓଫ୍ରି ବୟକଟ୍‌ ୧୯୦ ପାଳିରେ ୮୦୦୦ ରନ୍‌ ପୂରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe