ଆଜି ପ୍ରଥମ ଟେଷ୍ଟ, ପିଚକୁ ନେଇ ଆରମ୍ଭ ହେଲା ବିବାଦ

Advertisment
ଆଜି ପ୍ରଥମ ଟେଷ୍ଟ, ପିଚକୁ ନେଇ ଆରମ୍ଭ ହେଲା ବିବାଦ

ନାଗପୁର : ଗୁରୁବାରଠାରୁ ଆରମ୍ଭ ହେଉଥିବା ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରଠାରେ ଖେଳାଯାଉଛି । ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ପଡ଼ିଆଠାରେ ଏହା ଖେଳାଯିବ । ତେବେ ଏହି ପଡ଼ିଆର ପିଚକୁ ନେଇ ବିବାଦ ଦେଖାଦେଇଛି । ଏହି ପିଚକୁ ଭାରତ ନିଜର ସୁହାଇବା ପାଇଁ ପ୍ରସ୍ତୁତ କରିଛି ବୋଲି ଅଷ୍ଟ୍ରେଲୀୟ ମିଡିଆ କହିଛି ।

ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ରଣନୀତି ଅନୁଯାୟୀ ସ୍ପିନିଂ ଓ୍ଵିକେଟ୍ ପ୍ରସ୍ତୁତ କରିଥିବାରୁ ଅଷ୍ଟ୍ରେଲିଆ ଶିବିର ଅସନ୍ତୁଷ୍ଟ ଥିବା କେତେକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହି ପିଚକୁ ଦେଖ୍ ଅଷ୍ଟ୍ରେଲିଆ ଟିମ୍ ବିଭ୍ରାନ୍ତ ହୋଇଛି ବୋଲି କୁହାଯାଉଛି ।

ନାଗପୁର ପିଚ୍ କୁ ଦେଖି ଜେସନ୍ ଗିଲେସ୍ପି ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭାରତୀୟ କ୍ୟୁରେଟର ସ୍ପିନ୍ ଅନୁକୂଳ ପିଚ୍ ପ୍ରସ୍ତୁତ କରୁଛନ୍ତି। ଅଷ୍ଟ୍ରେଲିଆର ଏହି ପୂର୍ବତନ ବୋଲର କହିଛନ୍ତି ଯେ ଟେଷ୍ଟ ମ୍ୟାଚରେ ଭାରତକୁ ଫାଇଦା ମିଳିବାକୁ ଦୃଷ୍ଟିରେ ରଖି ଭାରତୀୟ କ୍ୟୁରେଟରମାନେ ପିଚ୍ ପ୍ରସ୍ତୁତ କରୁଛନ୍ତି ।  ତେଣୁ ଏଠାରେ ଅଷ୍ଟ୍ରେଲିଆରେ ଆମେ କ୍ୟୁରେଟରମାନଙ୍କୁ ଉଭୟ ଦଳ ପାଇଁ ଅନୁକୂଳ ପିଚ୍ ପ୍ରସ୍ତୁତ କରିବାକୁ କହୁଛୁ । ଗତକାଲି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ୍ ପୃଷ୍ଠକୁ ଦେଖୁଥିବାର ଫଟୋ ଅଷ୍ଟ୍ରେଲୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe