କଟକ: କୋରିଆ ଟୁଞ୍ଜ ସହରରେ ଆୟୋଜିତ ଏସୀୟ କନିଷ୍ଠ ରୋଇଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ଓଡ଼ିଆ ବାଳିକାମାନେ ମଙ୍ଗଳବାର କଟକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ୪ ଓଡ଼ିଆ ଝିଅ ହେଲେ ଜଗତପୁର ସାଇ ଜଳକ୍ରୀଡ଼ା କେନ୍ଦ୍ରର ରୀତୁ କୌଦି, ସୋନାଲି ସ୍ୱାଇଁ, ଦୀପିକା ଖେସ୍ ଓ ଝରଣା ହସ୍ତି। ଏହି ବାଳିକାମାନେ କକ୍ସଲେସ୍-୪ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିିଥିଲେ। ପ୍ରତିଯୋଗିତାର ଅନ୍ୟତମ ଖେଳାଳି ରେଶ୍ମା କୁମାରୀ ମିଞ୍ଜ୍ ମଧ୍ୟ ମଙ୍ଗଳବାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଖେଳାଳିମାନେ ପୂର୍ବାହ୍ନ ୧୧.୩୦ରେ ଫାଲକ୍ନାମା ଏକ୍ସପ୍ରେସ୍ ଯୋଗେ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲେ। ଷ୍ଟେସନରେ ପହଞ୍ଚିବା ପରେ ଜଗତପୁର ସାଇ କେନ୍ଦ୍ରର ସମସ୍ତ ପ୍ରଶିକ୍ଷାର୍ଥୀ, ପ୍ରଶିକ୍ଷକ ପିଟି ପାଲୁସ୍, ଓଡ଼ିଶା ରୋଇଂ ଆଣ୍ଡ୍ ସ୍କଲିଂ ସଂଘର ସଭାପତି ବିନୋଦ ଦାସ ପ୍ରମୁଖ ଖେଳାଳିମାନଙ୍କୁ ଭବ୍ୟ ସମ୍ବର୍ଧନା ଦେଇଥିଲେ। ସମାଜସେବୀ ଆରତ ରଞ୍ଜନ ବିଶ୍ୱାଳ, ବିଧାୟକଙ୍କ ପ୍ରତିନିଧି ସୁବ୍ରତ ଘଡ଼େଇ, ତାପସ ମହାନ୍ତି, ଗଣେଶ ରାଉତ, ରାଜେନ୍ଦ୍ର ରଣା, ପତିତପାବନ ନାୟକ, କଳ୍ପନା ଜେନା, କର୍ପୋରେଟର ଦୟାନିଧି ନାୟକ, ନବକିଶୋର ସ୍ୱାଇଁ, ବିଜୟ ଭୂୟାଁ, ତ୍ରିଲୋଚନ ପଣ୍ଡା, ରୋଇଂ ପ୍ରଶିକ୍ଷକ ମମତା ଜେନା, ଚିନ୍ମୟ ଦାସ, ପ୍ରଭାତ ଜେନା, ସୌମିତ୍ ସାମଲ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us