ଟ୍ରଫି ମରୁଡ଼ି ଅବସାନ ଲାଗି ଆରସିବି ସମ୍ମୁଖରେ ବହୁ ଆହ୍ବାନ

Advertisment

ଫିଲିପଙ୍କୁ ନିଜ ସହ ତୁଳନା କଲେ ଡି’ଭିଲିୟର୍ସ

ଫିଲିପଙ୍କୁ ନିଜ ସହ ତୁଳନା କଲେ ଡି’ଭିଲିୟର୍ସ

ଟ୍ରଫି ମରୁଡ଼ି ଅବସାନ ଲାଗି ଆରସିବି ସମ୍ମୁଖରେ ବହୁ ଆହ୍ବାନ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୩ ବର୍ଷରେ ପଦାର୍ପଣ କରିଛି। ବିଶ୍ବର ନାମିଦାମୀ ଖେଳାଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳରେ ରହିଥିଲେ ମଧ୍ୟ ଟ୍ରଫି ଜିତିବାରେ ସଫଳ ହୋଇନି। ଅତୀତରେ ଏହି ଦଳର ବ୍ୟ‌ାଟିଂ ଲାଇନ୍‌ ଭଲ ଥିଲା ବେଳେ ବୋଲିଂ ବାହିନୀକୁ ନେଇ ପ୍ରଶ୍ନ ଉଠିଛି। ‌ହେଲେ ୨୦୨୦ ଦଳ ଏହି ଦୃଷ୍ଟିରୁ ଭିନ୍ନ ରହିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ବର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବୋଲି ଦ୍ବିମତ ନାହିଁ। ତାଙ୍କ ନେତୃତ୍ବରେ ଚଳିତ ବର୍ଷ ଆଇପିଏଲ୍‌ ଲଢ଼େଇରେ ଆର୍‌ସିବି ସଫଳ ହେବ ବୋଲି ଆଶା କରିଥିଲେ ମଧ୍ୟ ଅନେକ ଆହ୍ବାନ ବାଟ ଓଗାଳିଛି।

ଏପର୍ଯ୍ୟନ୍ତ କୀର୍ତ୍ତିମାନ
ବ୍ୟାଟିଂରେ ଦେଖିବାକୁ ‌ଗଲେ କୋହଲି ବହୁ କୀର୍ତ୍ତିମାନର ଅଧିକାରୀ। ହେଲେ ବିଜେତା ଟ୍ରଫି ଧରିବାର ସୌଭାଗ୍ୟ ପାଇନାହାନ୍ତି। ୨୦୦୯, ୨୦୧୧, ୨୦୧୬ରେ ଦଳ ଉପବିଜେତା ହୋଇଥିଲା। ୮ ଦଳୀୟ ଏହି ଧନୀ ଲିଗ୍‌ରେ ୩ ଦଳ ଆର୍‌ସିବି ସହ ଦିଲ୍ଲୀ କ୍ୟାପିଟାଲ ଓ କିଙ୍ଗସ ଇଲେଭେନ୍‌ ପଞ୍ଜାବ ବିଜେତା ଟ୍ରଫିଠୁ ଦୂରରେ ରହିଛନ୍ତି। ୨୦୧୬ ଫାଇନାଲ୍‌ ଖେଳିବା ପରେ ଆର୍‌ସିବିର ୩ ସଂସ୍କରଣ ଚିରସ୍ମରଣୀୟ ରହିଛି।

ଦଳର ଶକ୍ତି
ବିରାଟ କୋହଲି, ଏବି ଡି’ଭିଲିୟର୍ସ, ନୂଆ କରି ଯୋଗ ଦେଇଥିବା ଆରୋନ ଫିଞ୍ଚ ହେଉଛନ୍ତି ଦଳର ବ୍ୟାଟିଂ ମେରୁଦଣ୍ଡ। ଏହି ୩ ଖେଳାଳି ଏକାକୀ ମ୍ୟାଚ୍‌ ଜିତାଇବାକୁ ସକ୍ଷମ। ଦଳରେ ବିରାଟ ଓ ଏବି ବହୁଦିନ ହେଲା ରହିଛନ୍ତି। ପଡ଼ିଆ ବାହାରେ ଓ ଭିତରେ ଉଭୟଙ୍କ ସମ୍ପର୍କ ଭଲ ରହିଛି। ଫିଞ୍ଚ ଅଷ୍ଟ୍ରେଲିଆ ସୀମିତ ଓଭର ଦଳର ଅଭିଜ୍ଞ ଅଧିନାୟକ। ଫଳରେ ଏହି ୩ ଜଣଙ୍କ ପ୍ରଦର୍ଶନ ଦଳର ଭାଗ୍ୟ ବଦଳାଇବାର ସମ୍ଭାବନା ରହିଛି।

ଦ୍ରୁତ ବୋଲିଂ ବାହିନୀ
କ୍ରିସ ମୋରିସ, ଇସୁରୁ ଉଡାନା ଓ ଡେଲ୍‌ ଷ୍ଟେନ୍‌ଙ୍କୁ ନେଇ ‌ଦ୍ରୁତ ବୋଲିଂ ବାହିନୀ ଦୃଢ଼ ରହିଛି। ମୋରିସଙ୍କୁ ନେବା ଲାଗି ଦଳ ୧୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଭାରତୀୟ ବୋଲର ଉମେଶ ଯାଦବ ଓ ନଭଦୀପ ସଇନି ମଧ୍ୟ ଦଳ ପାଇଁ ପ୍ରମୁଖ ଭୂମିକା ନେବେ। ମହମ୍ମଦ ସିରାଜ ଅତିରିକ୍ତ ଦ୍ରୁତ ବୋଲର୍‌ ଭାବେ କୋହଲିଙ୍କ ଦଳକୁ ସହଯୋଗ କରିବେ।

ସ୍ପିନ୍‌ ବୋଲିଂ ବାହିନୀ
ୟୁଏଇର ଧୀମା ପିଚ୍‌ ଲାଗି ଚଳିତ ବର୍ଷ ଆଇପିଏଲ୍‌ରେ ସ୍ପିନ୍‌ ବୋଲିଂର ଭୂମିକା ଅଧିକ ରହିବ। ସ୍ପିନ୍‌ ବାହିନୀରେ ରହିଛନ୍ତି ୟୁଜବେନ୍ଦ୍ର ଚହଲ, ୱାସିଂଟନ୍‌ ସୁନ୍ଦର, ମୋଇନ ଅଲୀ ଓ ଆଦାମ ଜାମ୍ପା। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର କେନ୍‌ ରିଚାର୍ଡସନ୍‌ ପ୍ରଥମ ସନ୍ତାନର ପିତା ହେବା ଲାଗି ଓହରି ଯିବାରୁ ଜାମ୍ପାଙ୍କୁ ସ୍ଥାନ ମିଳିଛି।

ଅଲ୍‌ରାଉଣ୍ଡର
ବିଜୟ ଲାଗି ଅଲ୍‌ରାଉଣ୍ଡରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସ, ମୋଇନ ଅଲୀ, ଶିଭମ ଦୁବେ, ୱାସିଂଟନ୍‌ ସୁନ୍ଦର, ଗୁରକୀରାଟ ସିଂହ ମନ ଓ ଇସୁ ଉଡ଼ାନା ଦଳ ପାଇଁ ଉଭୟ ବୋଲିଂ ଓ ବ୍ୟାଟିଂରେ ଉପଯୋଗୀ ହେବେ।

ବଡ଼ ତାରକାଙ୍କ ଉପରେ ଅଧିକ ନିର୍ଭରଯୋଗ୍ୟ ରହିବ କି?
ବଡ଼ ତାରକା ବିରାଟ, ଏବି ଓ ଫିଞ୍ଚଙ୍କ ଉପରେ ପ୍ରତ୍ୟକ ମ୍ୟାଚ୍‌ରେ ନିର୍ଭରଶୀଳ ହେବାକୁ ପଡ଼ି ନପାରେ। ଏମାନେ ବିଫଳ ହେଲେ ମଧ୍ୟଭାଗ ଦଳକୁ ଆଗକୁ ନେବାର ସମ୍ଭାବନା ରହିଛି। ପାର୍ଥୀବ ପଟେଲଙ୍କୁ ଉପରେ ଖେଳିବାକୁ ସୁଯୋଗ ମିଳିଲେ ଉପଯୋଗୀ ହୋଇପାରନ୍ତି।

ଅନ୍ତିମ ଓଭର ବୋଲିଂ
ଗତ କିଛି ସଂସ୍କରଣରେ ଆର୍‌ସିବି ଅନ୍ତିମ ଓଭରରେ ଲେଗ୍‌ ସ୍ପିନର ଚହଲଙ୍କୁ ବ୍ୟବହାର କରି ପ୍ରାୟ ୩୦ ପ୍ରତିଶତ ମ୍ୟାଚ୍‌ ହାରିଛି। ଚଳିତ ସଂସ୍କରଣରେ ଏଥିରେ ଉନ୍ନତି କରିବାର ସମ୍ଭାବନା ରହିଛି। ଏହି ଓଭରଗୁଡ଼ିକରେ ଦଳ ଷ୍ଟେନ୍‌, ସଇନି, ମୋରିସ ଓ ଉମେଶଙ୍କ ଉପରେ ଭରସା କରିବ।

ଲଗାତାର ଖରାପ ସ୍ପେଲ୍‌
ଲଗାତାର ଖରାପ ସ୍ପେଲ୍‌କୁ ଦଳ ପ୍ରତିହିତ କରିବାରେ ବିଫଳ ହୋଇ ଗତ ଋତୁ‌ରେ ଲଗାତାର ୭ ମ୍ୟାଚ୍‌ ହାରିଥିଲା। ମୋଟ ୧୪ ମ୍ୟାଚ୍‌ ଖେଳିବାକୁ ଥିଲା ବେଳେ ଏହି ପରାଜୟ ଆର୍‌ସିବି ପାଇଁ ମହଙ୍ଗା ପଡ଼ିଥିଲା।

ଚଳିତ ବର୍ଷ ଆର୍‌ସିବି କୋହଲି, ଏବି ଓ ଫିଞ୍ଚ୍‌ଙ୍କୁ ନେଇ ବ୍ୟାଟିଂ ଲାଇନ୍‌ ଦୃଢ଼ କରିଥିଲା ବେଳେ ଦଳରେ ‌ଅଭିଜ୍ଞ ଅଲ୍‌ରାଉଣ୍ଡର ଓ ବୋଲର ମଧ୍ୟ ରହିଛନ୍ତି। ଫଳରେ ଆର୍‌ସିବି ଚଳିତ ବର୍ଷ ଟ୍ରଫି ମରୁଡ଼ିର ଅବସାନ ଘଟାଇବାର ସମ୍ଭାବନା ରହିବ।

ସଂପୂର୍ଣ୍ଣ ଦଳ
ବିରାଟ କୋହଲି, ଏବି ଡି’ଭିଲିୟର୍ସ, ଆରୋନ ଫିଞ୍ଚ, ମହମ୍ମଦ ସିରାଜ, କ୍ରିସ ମୋରିସ, ଜୋସ ଫିଲିପ, ମୋଇନ ଅଲୀ, ସ‌ାହବାଜ ଅହମ୍ମଦ, ପାର୍ଥୀବ ପଟେଲ, ୟୁଜବେନ୍ଦ୍ର ଚହଲ, ନଭଦୀପ ସଇନି, ଇସୁରୁ ଉଡାନା, ଡେଲ୍‌ ଷ୍ଟେନ୍‌, ପୱନ ନେଗି, ଦେବଦୂତ ପାଦିକଲ, ଶିଭବ ଦୁବେ, ଉମେଶ ଯାଦବ, ଗୁରକୀରଟ ମନ ସିଂହ, ୱାସିଂଟନ ସୁନ୍ଦର, ପୱନ ଦେଶପାଣ୍ଡେ ଓ ଆଦମ ଜାମ୍ପା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe