ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଆଜିର ମ୍ୟାଚ୍ ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ। ତେବେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ ମୈଦାନକୁ ଓହ୍ଲାଇଛି ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ଦଳ।
ଚଳିତ ଆଇପିଏଲର ପଏଣ୍ଟ ଟେବୁଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବର୍ତ୍ତମାନ ସୁଦ୍ଧା ୧୨ ଅଙ୍କ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ମାତ୍ର ୮ ଅଙ୍କ ସହ ଟେବୁଲ ତାଲିକାର ସପ୍ତମ ସ୍ଥାନରେ ରହିଛ। ଆଉ ସେହି ଦୃଷ୍ଟିରୁ ଆଜିର ମ୍ୟାଚ ଜିତିବା ବାଙ୍ଗାଲୋର ପାଇଁ ଯେତିକି ଆବଶ୍ୟକ, ତାଠାରୁ ଅଧିକ ରାଜସ୍ଥାନ ପାଇଁ ଯ କାରଣ ରାଜସ୍ଥାନ ଯଦି ଆଜିର ମ୍ୟାଚରେ ହାରିଯାଏ, ତେବେ ପ୍ଲେ ଅଫକୁ ଯିବା ପାଇଁ ହୁଏତ ଟିକେ କଷ୍ଟକର ହୋଇଯିବ।
Follow Us