ଆଇପିଏଲ୍‌: ରାଜସ୍ଥାନକୁ ୭ ୱିକେଟରେ ପରାସ୍ତ କଲା ବାଙ୍ଗାଲୋର

ଆଇପିଏଲ୍‌: ରାଜସ୍ଥାନକୁ ୭ ୱିକେଟରେ ପରାସ୍ତ କଲା ବାଙ୍ଗାଲୋର

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଆଜିର ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଛି। ଆଇପିଏଲର ଚଳିତ ସଂସ୍କରଣର ୪୩ତମ ମ୍ୟାଚରେ ରାଜସ୍ଥାନକୁ ୭ ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମ ପାଳିରେ ରାଜସ୍ଥାନ ୨୦ ଓଭରରେ ୯ଟି ଓ୍ଵକେଟ୍‌ ହରାଇ ୧୪୯ ରନ୍‌ ସଂଗ୍ରହ କରିଥିଲା । ଜବାବରେ ବାଙ୍ଗାଲୋର ୧୭.୧ ଓଭରରେ ୩ ୱିକେଟ ହରାଇ ୧୫୩ ରନ୍‌ କରି ବିଜୟ ହାସଲ କରିଛି । ବାଙ୍ଗାଲୋର ପକ୍ଷରୁୁ ଗ୍ଲେନ୍ ମ୍ୟାକ୍ସୱେଲ ସର୍ବାଧିକ ୫୦ ରନ୍‌ କରିଥିବା ବେଳେ ଶ୍ରୀକର ଭାରତ ୪୪ ରନ୍‌ ଓ ବିରାଟ କୋହଲି ୨୫ରନ୍‌ କରି ବାଙ୍ଗାଲୋରକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ବାଙ୍ଗାଲୋର ୧୪ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ତୃତୀୟରେ ରହିଛି ।

ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ ମୈଦାନକୁ ଓହ୍ଲାଇଥିଲା ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ଦଳ। ରାଜସ୍ଥାନ ୨୦ ଓଭରରେ ୯ଟି ଓ୍ଵକେଟ୍‌ ହରାଇ ୧୪୯ ରନ୍‌ ସଂଗ୍ରହ କରିବା ପରେ ବାଙ୍ଗାଲୋରକୁ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ରାଜସ୍ଥାନର ଇନିଂସ ଆରମ୍ଭ କରିଥିଲେ ଇଭିନ୍‌ ଲୁଇସ୍‌ ଓ ଯଶସ୍ୱୀ ଜୟସ୍ୱାଲ। ଲୁଇସ୍‌ ୩୭ଟି ବଲ୍‌ ଖେଳି ୫୮ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୫ଟି ଚୌକା ଓ ୩ ଛକା ସାମିଲ ଥିଲା। ତାଙ୍କର ସାଥୀ ଖେଳାଳି ଜୟସ୍ୱାଲ ୨୨ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଅଧିନାୟକ ସଂଜୁ ସାମ୍‌ସନ୍‌ ୧୫ଟି ବଲ ଖେଳି ୨ଟି ଛକା ସହାୟତାରେ ୧୯ ରନ୍‌ କରିଥିଲେ।

ସେହିପରି ରାଜସ୍ଥାନ ଦଳର କ୍ରିସ ମୋରିସ୍‌ ୧୪ ରନ୍‌, ରିୟାନ ପରାଗ ୯ ରନ୍‌, ଲିଆମ୍‌ ଲିଭିଂଗଷ୍ଟୋନ୍‌ ୬ ରନ୍‌ କରିଥିଲେ। ବାଙ୍ଗାଲୋର ପକ୍ଷରୁ ହର୍ଷ ପଟେଲ ସର୍ବାଧିକ ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ ଯୁଜବେନ୍ଦ୍ର ଚହଲ ଓ ସାହାବାଜ୍‌ ଅହମଦ୍‌ ୨-୨ଟି ଓ୍ଵିକେଟ ନେଇଥିଲେ। ଜର୍ଜ ଗାର୍ଟେନ ଓ ଡାନିଏଲ୍‌ ଖ୍ରୀଷ୍ଟିଆନ୍‌ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe