ଚେନ୍ନାଇ: ଫଟାଫଟ୍ କ୍ରିକେଟ୍ର ବହୁଚର୍ଚ୍ଚିତ ମହୋତ୍ସବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ଆରମ୍ଭ ହୋଇଯାଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଶୁକ୍ରବାର ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍’ର ସପ୍ତଦଶ ସଂସ୍କରଣ ବିଗୁଲ ବାଜିଛି। ଚଳିତ ସଂସ୍କରଣର ଉଦ୍ଘାଟନୀ ମ୍ୟାଚ୍ ଚେନ୍ନାଇ ଓ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଟସ୍ ଜିଣି ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଫଳରେ ଚେନ୍ନାଇ ବୋଲିଂ କରୁଛି।
Photo: Aajtak‘କ୍ୟାପ୍ଟେନ୍ କୁଲ୍’ ମହେନ୍ଦ୍ର ସିଂହ ଧୋନିଙ୍କ ଇସ୍ତଫା ପରେ ଯୁବ ତାରକା ଋତୁରାଜ ଗାଏକ୍ବାଡ ଏହି ମ୍ୟାଚ୍ରେ ସିଏସ୍କେର ନେତୃତ୍ବ ନେଇଛନ୍ତି। ଅନ୍ୟପକ୍ଷରେ ଆର୍ସିବିର ନେତୃତ୍ବ ଦାୟିତ୍ବ ଦକ୍ଷିଣ ଆଫ୍ରିକୀୟ ଫାଫ୍ ଡୁ’ପ୍ଲେସିସ୍ ତୁଲାଉଛନ୍ତି। ଧୋନିଙ୍କ ସହ ଭାରତୀୟ କ୍ରିକେଟର୍ ଅନ୍ୟତମ ମହାନ ତାରକା ବିରାଟ କୋହଲି ଏହି ମ୍ୟାଚ୍ରେ ପରସ୍ପର ବିପକ୍ଷରେ ଅଣଅଧିନାୟକ ଭାବେ ଖେଳୁଛନ୍ତି।
ଏହା ପୂର୍ବରୁ ସଂଧ୍ୟା ସାଢ଼େ ୬ଟାରେ ଉଦ୍ଘାଟନୀ ଉତ୍ସବରେ ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ ଧମାଲ କରିଛନ୍ତି। ରଙ୍ଗାରଙ୍ଗ ପରିବେଶ ଭିତରେ ପ୍ରଥମ ଲଢ଼େଇରେ ମୁହାଁମୁହିଁ ହୋଇଛନ୍ତି ୨୦୨୩ର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଓ ନୂଆ ନାଁରେ ଖେଳିବାକୁ ଯାଉଥିବା ଆର୍ସିବି (ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ)। ଲିଗ୍ର ସଫଳତମ ଓ କେବେବି ଟ୍ରଫି ଜିତି ନପାରିବାର ଅପଯଶ ବହନ କରିଆସୁଥିବା ଦଳ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାକୁ ନେଇ ସମଗ୍ର କ୍ରିକେଟ୍ ଦୁନିଆ ଉଲ୍ଲସିତ।
Follow Us