ଭୁବନେଶ୍ବର: ସ୍ଥାନୀୟ ଡୁମୁଡୁମା-ରଘୁନାଥପୁର ଖେଳ ପଡ଼ିଆରେ ଚାଲିଥିବା ଆରଟିଏନପିଏଲ୍ କ୍ରିକେଟ୍ ପ୍ରତିଯୋଗିତାର ବୁଧବାର ଖେଳା ଯାଇଥିବା ମୁକାବିଲାରେ ରୟାଲ୍ ଇଲେଭେନ୍ ଓ ଯଦୁପୁର ଷ୍ଟାର ବିଜୟୀ ହୋଇଛନ୍ତି। ପ୍ରଥମ ମୁକାବିଲାରେ ରୟାଲ୍ ଇଲେଭେନ୍ ୨୦ ରନ୍ରେ ଆର୍ଭିଡବ୍ଲୁକୁ ପରାସ୍ତ କରିଥିଲା। ରୟାଲ୍ ଇଲେଭେନ୍ ୧୫ ଓଭରରେ ୧୭୩ ରନ୍ କରିଥିଲା। ଏହାର ଜବାବରେ ଆର୍ଭିଡବ୍ଲୁ ନିର୍ଧାରିତ ୧୫ ଓଭରରେ ୧୫୩ ରନ୍ କରି ପାରିଥିଲା। ମୁନା ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଯଦୁପୁର ଷ୍ଟାର୍ସ ଏବଂ ବ୍ରଦର୍ସ ଇଲେଭେନ୍ ମଧ୍ୟରେ ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚ୍ରେ ଯଦୁପୁର ଦଳ ବିଜୟୀ ହୋଇଥିଲା। ଯଦୁପୁରର ୧୩୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବ୍ରଦର୍ସ ୧୧୯ ରନ୍ରେ ଅଟକି ଯାଇଥିଲା। ରିଣ୍ଟୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ରୟାଲ୍ ଇଲେଭେନ୍, ଯଦୁପୁର ଷ୍ଟାର ବିଜୟୀ
Advertisment
Follow Us