କିଙ୍ଗ୍ସ ଯାତ୍ରାକୁ ରୋକିଲା ରୟାଲ୍ସ

ଚଳିତ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସର ଜୟଯାତ୍ରାକୁ‌ ରୋକିଦେଇଛି ରାଜସ୍ଥାନ ରୟାଲ୍ସ। ସଂଜୁ ସାମସନଙ୍କ ଦଳ ୫୦ ରନ୍‌ରେ ଘରୋଇ ଶ୍ରେୟସ ଆୟରଙ୍କ ସେନାକୁ ହରାଇ ଦେଇଛି। ପଞ୍ଜାବ ହ୍ୟାଟ୍ରିକ୍ ବିଜୟରୁ ବଞ୍ଚିତ‌ ହୋଇଥିବାବେଳେ....

scscscss

ମୁଲାନପୁର: ଚଳିତ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସର ଜୟଯାତ୍ରାକୁ‌ ରୋକିଦେଇଛି ରାଜସ୍ଥାନ ରୟାଲ୍ସ। ସଂଜୁ ସାମସନଙ୍କ ଦଳ ୫୦ ରନ୍‌ରେ ଘରୋଇ ଶ୍ରେୟସ ଆୟରଙ୍କ ସେନାକୁ ହରାଇ ଦେଇଛି। ପଞ୍ଜାବ ହ୍ୟାଟ୍ରିକ୍ ବିଜୟରୁ ବଞ୍ଚିତ‌ ହୋଇଥିବାବେଳେ ରାଜସ୍ଥାନ ଚତୁର୍ଥରୁ ଦ୍ବିତୀୟ ବିଜୟ ହାସଲ କରିଛି।

ପଞ୍ଜାବର ମୁଲାନପୁରସ୍ଥିତ ମହାରାଜା ୟାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ଖରାପ ଫର୍ମ ଦେଇ ଗତି କରୁଥିବା ଯଶସ୍ବୀ ଜୟସ୍ବାଲ ଏବଂ ସଂଜୁ ସାମସନ୍ ପାୱାର ପ୍ଲେ’ରେ ବିନା କ୍ଷତିରେ ୫୩ ରନ୍ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଜୟସ୍ବାଲ (୪୫ ବଲ୍‌ରୁ ୬୭ ରନ୍) ଚଳିତ ଋତୁରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବାବେଳେ ସଂଜୁ ୨୬ ବଲ୍‌ରୁ ୩୮ ରନ୍ କରିଥିଲେ। ଏହା ପରେ ରିୟାନ୍ ପରାଗ (୨୫ ବଲ୍‌ରୁ ୪୩* ରନ୍), ସିମ୍ରନ ହେଟ୍‌ମାୟର (୧୨ ବଲ୍‌ରୁ ୨୦ ରନ୍‌), ଧୃବ ଜୁରେଲ (୫ ବଲ୍‌ରୁ ୧୩* ରନ୍)ଙ୍କ ପାଳି ବଳରେ ରୟାଲ୍ସ ପ୍ରଥମ ଦଳ ଭାବେ ମୁଲାନପୁରରେ ୨୦୦ ଅତିକ୍ରମ କରିଥିଲା। ଜବାବରେ ଜୋଫ୍ରା ଆର୍ଚର ପ୍ରଥମ ଓଭରରେ ପ୍ରିୟାଂଶ ଆର୍ଯ୍ୟା ଓ ଶ୍ରେୟସ ଆୟରଙ୍କୁ ଆଉଟ୍ କରି ରୟାଲ୍ସକୁ ବଢ଼ିଆ ଆରମ୍ଭ ଦେଇଥିଲେ। ନେହାଲ୍ ୱଧେରା (୪୧ ବଲ୍‌ରୁ ୬୨ ରନ୍) ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ (୨୧ ବଲ୍‌ରୁ ୩୦ ରନ୍) ସାମୟିକ ଲଢ଼ିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। 

ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୨୦୫/୪ (ଯଶସ୍ବୀ ଜୟସ୍ବାଲ-୬୭, ରିୟାନ୍ ପରାଗ-୪୩*, ସଂଜୁ ସାମସନ୍‌-୩୮, ସିମ୍ରନ ହେଟମାୟର୍‌-୨୦, ଲୋକି ଫର୍ଗୁସନ୍‌-୨/୩୭, ଅର୍ଶଦୀପ ସିଂହ-୧/୩୫, ମାର୍କୋ ୟାନସେନ୍-୧/୪୫)। ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୧୫୫/୯ (ନେହାଲ ୱଧେରା-୬୭, ଗ୍ଲେନ୍ ମ୍ୟାକ୍ସୱେଲ-୩୦, ଜୋଫ୍ରା ଆର୍ଚର-୩/୨୫, ସନ୍ଦୀପ ଶର୍ମା-୨/୨୧, ମହେଶ ତୀକ୍ଷସାଣା-୨/୨୬, କୁମାର କାର୍ତିକେୟ-୧/୨୧, ୱାନିନ୍ଦୁ ହସରଙ୍ଗା-୧/୩୬)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe