କରୋନାରେ ବାପାଙ୍କୁ ହରାଇଲେ ଆର୍‌ପି ସିଂହ

କରୋନାରେ ବାପାଙ୍କୁ ହରାଇଲେ ଆର୍‌ପି ସିଂହ

India TV

ମୁମ୍ବାଇ: ପୂର୍ବତନ ଭାରତୀୟ ବାମହାତୀ ଦ୍ରୁତ ବୋଲର ତଥା ୨୦୦୭ ଟି-୨୦ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ସଦସ୍ୟ ରୁଦ୍ର ପ୍ରତାପ ସିଂହ (ଆର୍‌ପି ସିଂହ)ଙ୍କ ପାଇଁ ମହାମାରୀ କରୋନା ଦୁଃଖଦ ଖବର ଆଣିଛି। ଏହି ମହାମାରୀରେ ବୁଧବାର ତାଙ୍କ ପିତା ଶିବ ପ୍ରସାଦ ସିଂହଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଖବର ଆର୍‌ପି ନିଜେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଆର୍‌ପି ନିଜ ପିତାଙ୍କୁ ମନେ ପକାଇ ଲେଖିଥିଲେ ଯେ ‘‘ଅତ୍ୟନ୍ତ ଦୁଃଖ ଓ ପରିତାପର ସହ ମୁଁ ଆପଣମାନଙ୍କୁ ଜଣାଉଛି ଯେ ମୋ ପିତା ଶିବ ପ୍ରସାଦ ସିଂହ ଆଉ ନାହାନ୍ତି। କରୋନାରେ ସଂକ୍ରମିତ ହେବା ପରେ ତାଙ୍କର ଦେହାନ୍ତ ୧୨ ମେ’ରେ ହୋଇଛି। ଆପଣମାନଙ୍କୁ ଅନୁ‌ରୋଧ କରୁଛି ମୋ ପ୍ରିୟ ବାପାଙ୍କ ଆତ୍ମା ଶାନ୍ତି ପାଇଁ ଈଶ୍ବରଙ୍କ ‌ନିକଟରେ ପ୍ରାର୍ଥନା କରନ୍ତୁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe