ଆଇପିଏଲ : ପଞ୍ଜାବକୁ ୫୦ ରନରେ ହରାଇଲା ରାଜସ୍ଥାନ

ପଞ୍ଜାବକୁ ୫୦ ରନରେ ପରାସ୍ତ କରିଛି ରାଜସ୍ଥାନ । ରାଜସ୍ଥାନ ଦ୍ବାରା ରଖାଯାଇଥିବା ୨୦୬ ରନର ଲକ୍ଷ୍ୟର ଜବାବରେ ପଞ୍ଜାବ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୫ ରନ କରିଥିଲା ।

rr

ଚଣ୍ଡିଗଡ଼: ଚଣ୍ଡିଗଡ଼ଠାରେ ଶନିବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ପଞ୍ଜାବକୁ ୫୦ ରନରେ ପରାସ୍ତ କରିଛି ରାଜସ୍ଥାନ । ରାଜସ୍ଥାନ ଦ୍ବାରା ରଖାଯାଇଥିବା ୨୦୬ ରନର ଲକ୍ଷ୍ୟର ଜବାବରେ ପଞ୍ଜାବ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୫ ରନ କରିଥିଲା । ଦଳ ପକ୍ଷରୁ ନିହାଲ ଓ୍ବାଧେରା ୬୨ ରନ ଓ ଗ୍ଲେନ ମାକ୍ଲଓ୍ବେଲ ୩୦ ରନ କରିଥିଲେ ।

ଏହି ମ୍ୟାଚରେ ପଞ୍ଜାବ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୫ ରନ କରିଥିଲା । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ ସଂଜୁ ସାମସନ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ସାମସନ ୩୮ ରନ କରିଥିବାବେଳେ ଜୟସ୍ବାଲ ମାତ୍ର ୪୫ ବଲରେ ୬୭ ରନ କରିଥିଲେ । ରିୟାନ ପରାଗ ଅପରାଜିତ ୪୩ ରନ କରିଥିବାବେଳେ ସିମରନ ହେଟମେୟର ୨୦ ରନ ଓ ଧ୍ରୁବ ଜୁରେଲ୍ ଅପରାଜିତ ୧୩ ରନ କରିଥିଲେ । ପଞ୍ଜାବ ପକ୍ଷରୁ ଲକି ଫର୍ଗୁସନ ୨ଟି ଓ୍ବିକେଟ କରିଥିବାବେଳେ ଅର୍ଶଦୀପ ସିଂ ଓ ମାର୍କୋ ଜାନସେନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe