ଭୁବନେଶ୍ବର: ସ୍ଥାନୀୟ ଡୁମୁଡୁମା-ରଘୁନାଥପୁର ଖେଳ ପଡ଼ିଆରେ ଆୟୋଜିତ ଆରଟିଏନ୍ପିଏଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଟ୍ରଫି ଫାଇଟର୍ସ ବିଜେତା ଆଖ୍ୟା ଅର୍ଜନ କରିଛି। ରବିବାର ଫାଇନାଲରେ ବ୍ରଦର୍ସ ଇଲେଭେନକୁ ୩୬ ରନ୍ରେ ହରାଇ ଟ୍ରଫି ଫାଇଟର୍ସ ଏହି ସଫଳତା ଲାଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଟ୍ରଫି ଫାଇଟର୍ସ ୧୪୫ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ବ୍ରଦର୍ସ ଇଲେଭେନ୍ ୧୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୮ ରନ୍ କରି ପାରିଥିଲା। ପପ୍ପୁ ଲେଙ୍କା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଚିତ୍ରସେନ ସାହୁ ଓ ବବୁଲା ସାହୁ ଖେଳ ପରିଚାଳନା କରିଥିଲେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ନେତା ବାବୁ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।
ଟ୍ରଫି ଫାଇଟର୍ସ ଜିତିଲା ଆରଟିଏନ୍ପିଏଲ୍ କ୍ରିକେଟ୍
Advertisment
Follow Us