ଭାରତୀୟ ଟାଏକୋଣ୍ଡୋ ଦଳରେ ରୁଦ୍ର

Advertisment
ଭାରତୀୟ ଟାଏକୋଣ୍ଡୋ ଦଳରେ ରୁଦ୍ର

ଛତ୍ରପୁର: ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅଧୀନ ସିଙ୍ଗିପୁର ଗ୍ରାମର ରାଜେନ୍ଦ୍ର କୁମାର ବେହେରା ଓ ମମତା ବେହେରାଙ୍କ ପୁତ୍ର ରୁଦ୍ରନାରୟଣ। ସେ ଜାତୀୟ ଟାଏକୋଣ୍ଡୋ ଦଳକୁ ଏକମାତ୍ର ଓଡ଼ିଆ ଭାବେ ମନୋନୀତ ହୋଇଛନ୍ତି। ଆସନ୍ତାକାଲିଠାରୁ ଏକବର୍ଷ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ସ୍ପୋର୍ଟ୍ସ୍ ଅଥରିଟି ଅଫ୍ ଇଣ୍ଡିଆ ଦ୍ବାରା ପରିଚାଳିତ ନ୍ୟାସନାଲ୍ ସେଣ୍ଟର୍ ଅଫ୍ ଏକ୍ସିଲେନ୍ସିରେ ଟାଏକୋଣ୍ଡୋ ତାଲିମ ଗ୍ରହଣ କରିବେ। ଗତ ମାର୍ଚ୍ଚ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଟାଏକୋଣ୍ଡୋ ଭାରତୀୟ ଦଳକୁ ମନୋନୟନ ପାଇଁ ସେଠାରେ ବିଭିନ୍ନ ପରୀକ୍ଷା ହୋଇଥିଲା।

ଏଥିରେ ରୁଦ୍ର ଏକମାତ୍ର ଓଡ଼ିଆ ଭାବେ ଭାଗ ନେଇ ସଫଳତାର ସହ ଜାତୀୟ ଦଳକୁ ମନୋନୀତ ହେବାର ଗୌରବ ଅର୍ଜନ କରିଥିଲେ। ଏବେ ସେ ଗୋଟିଏ ବର୍ଷ ଧରି ତାଲିମ ନେବା ପରେ ଭାରତ ପାଇଁ ଖେଳିବେ। ରୁଦ୍ର ଗଞ୍ଜାମ ଜିଲ୍ଲାରେ ଥିବା କେଏମ୍‌ପି ସ୍ପୋର୍ଟ୍ସ ଏକାଡେମିର ପ୍ରଶିକ୍ଷକ କେ ମନୋଜ ପ୍ରଧାନଙ୍କ ଅଧୀନରେ ପିଲାଟି ଦିନରୁ ଟାଏକୋଣ୍ଡୋ ତାଲିମ ନେଇଆସୁଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଓଡ଼ିଶା ଟାଏକୋଣ୍ଡୋ ସଂଘର ସମ୍ପାଦକ ମନମୋହନ ଭଞ୍ଜ, ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତି, ଡା. ଅନୀତା ମିଶ୍ର, ସିଏଚ୍‌. ପ୍ରସାଦ ନାୟକ, ଇ. ଲଳିତ କୁମାର, ବାସୁ ନାୟକ, ଅମ୍ବିକା ପ୍ରସାଦ ଦାସ, ମନୋଜ କୁମାର ମହାରଣା ଓ ଲକ୍ଷ୍ମୀନାରାୟଣ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe