କେନିଆରୁ ସ୍ବଦେଶ ଫେରିବାକୁ ଗାଭିଟ ବ୍ୟାକୁଳ

Advertisment
କେନିଆରୁ ସ୍ବଦେଶ ଫେରିବାକୁ ଗାଭିଟ ବ୍ୟାକୁଳ

Times of India

ଅହମ୍ମଦାବାଦ : ଭାରତୀୟ ଧାବକ ମୁରଲୀ ଗାଭିଟ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ପ୍ରତିଯୋଗିତାରେ ଭାଗ ନେବା ଲାଗି ଚଳିତ ବର୍ଷ ଜାନୁଆରି ୧୦ରେ କେନିଆ ଯାଇଥିଲେ। ନିଜର ଅଲିମ୍ପିକ୍ସ ସ୍ବପ୍ନ ସାକାର କରିବା ଲାଗି ସେ କେନିଆ ରାଜଧାନୀ ନାଇରୋବିଠାରୁ ପ୍ରାୟ ୩୦୦ କିଲୋମିଟର ‌ଦୂର ଇଟେନ ସହରର ଥିବା ଲର୍ନା କିପ୍ଲାଗାଟଙ୍କ ପ୍ରଶିକ୍ଷଣ କେନ୍ଦ୍ରରେ ଅଛନ୍ତି। ସେଠାରେ ସେ ନେଦରଲାର ହୁଗୋ ଭାନ୍ ଡେନ୍ ବ୍ରୁକ୍ସଙ୍କଠୁ ପ୍ରଶିକ୍ଷଣ ନେଉଛନ୍ତି। ହେଲେ ସଂପ୍ରତି କରୋନା ଭୂତାଣୁ ସାରା ବିଶ୍ବରେ ଉତ୍ପାତ କରୁଥିବାରୁ ଅଲିମ୍ପିକ୍ସ ଗୋଟିଏ ବର୍ଷ ୨୦୨୧କୁ ଘୁଞ୍ଚିଯାଇଛି। ଏଥିସହ ଯୋଗ୍ୟତା ପର୍ଯ୍ୟାୟ ପ୍ରତି‌େଯାଗିତା ମଧ୍ୟ ବାତିଲ ଓ ସ୍ଥଗିତ ରହିଛି। ଫଳରେ ସେଠାରେ ଆଉ ରହିବାକୁ ଚାହୁଁନାହାନ୍ତି ଏହି ୨୩ ବର୍ଷୀୟ ଭାରତୀୟ ଧାବକ। ନିଜ ଘରକୁ ଫେରି ପରିବାର ସହ ରହିବାକୁ ଇଚ୍ଛା କରିଛନ୍ତି ଗାଭିଟ।

ମୁଁ ପ୍ରଶିକ୍ଷଣ ନେବା ଲାଗି ଜାନୁଆରି ୧୦ରେ କେନିଆରେ ପହଞ୍ଚିଥି‌ଲି। ସଂପ୍ରତି ଭାରତରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ଥିବାରୁ ସ୍ବଦେଶ ଫେରିପାରୁନି। ବର୍ତ୍ତମାନ ମୁଁ ଇଟେନରେ ଅଟକି ଯାଇଛି। ଏଠାରେ ପ୍ରତିବନ୍ଧକ ଏତେ କଠୋର ଯେ ଆବଶ୍ୟକୀୟ ଜିନିଷପତ୍ର କିଣିବାକୁ ବାହାରକୁ ଯାଇପାରୁନି। ଭାରତକୁ ଫେରି ମୋ ପରିବାର ସହିତ ରହିବାକୁ ଚାହୁଁଛି ‌ବୋଲି ବ୍ୟାକୁଳ ହୋଇ ନିବେଦନ କରିଛନ୍ତି ଏହି ୧୦୦୦୦ ମିଟର ଧାବକ। ଏଠାରେ ଧୀରେ ଧୀରେ କରୋନା ବ୍ୟାପୀବାକୁ ଲାଗିଛି। ଗ୍ରୁପ୍‌ ପ୍ରଶିକ୍ଷଣ ବନ୍ଦ ହୋଇଯାଇଛି। ମୁଁ ନିଜେ ନିଜେ ତାଲିମ ନେଉଛି। ହେଲେ ମୁଁ ଏତେ ଦୂରରେ ଥିବାରୁ ମୋ ପିତାମାତା ଚିନ୍ତିତ ଅଛନ୍ତି ବୋଲି କହିଛନ୍ତି ଗାଭିଟ। ଦକ୍ଷିଣ ଗୁଜୁରାଟ କୁମାରବନ୍ଧ ଗ୍ରାମର ଏକ ଆଦିବାସୀ ପରିବାରର ତୃତୀୟ ପୁତ୍ର ହେଉଛନ୍ତି ଗାଭିଟ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe