ଭୁବନେଶ୍ବର : ଏସିଆ କପ୍ ପୂର୍ବରୁ ଭାରତୀୟ ହକି ଦଳକୁ ଶକ୍ତ ଝଟ୍କା ଲାଗିଛି। ଏହାର ଅଧିନାୟକ ରୂପୀନ୍ଦର ପାଲ୍ ସିଂହଙ୍କ କଚଟିରେ ଆଘାତ ଲାଗିଥିବାରୁ ସେ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ଫଳରେ ତାଙ୍କ ସ୍ଥାନରେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରାଙ୍କୁ ନେତୃତ୍ବଭାର ମିଳିଛି। ଅଭ୍ୟାସ ଅଧିବେଶନ ବେଳେ ଡ୍ରାଗ୍-ଫ୍ଲିକର ରୂପୀନ୍ଦରଙ୍କ କଚଟିରେ ଆଘାତ ଲାଗିଥିଲା ତେଣୁ ସେ ଓହରିବାକୁ ବାଧ୍ୟ ହୋଇଥିଲେ ବୋଲି ହକି ଇଣ୍ଡିଆ କହିଛି। ଘୋଷିତ ୨୦ ଜଣିଆ ଦଳରେ ରୂପୀନ୍ଦରଙ୍କ ଡେପୁଟି ଥିବା ବୀରେନ୍ଦ୍ରଙ୍କୁ ନେତୃତ୍ବ ଭାର ମିଳିଥିଲା ବେଳେ ଷ୍ଟ୍ରାଇକର ଏସ୍ଭି ସୁନିଲ ଉପଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ରୂପୀନ୍ଦରଙ୍କ ସ୍ଥାନରେ ଦଳରେ ଓଡ଼ିଶାର ନୀଲମ ସଞ୍ଜୀବ ଖେସଙ୍କୁ ସ୍ଥାନ ମିଳିଛି। ସୂଚନାଯୋଗ୍ୟ ଯେ ଏସିଆ କପ୍ ମେ’ ୨୩ ତାରିଖରୁ ଜାକର୍ତ୍ତାରେ ଖେଳାଯିବ।
ଏସିଆ କପ୍ ହକିରୁ ବାଦ୍ ପଡ଼ିଲେ ରୂପୀନ୍ଦର ବୀରେନ୍ଦ୍ର ଅଧିନାୟକ
Advertisment
Follow Us