ରସେଲଙ୍କ ବାଉନ୍ସର ପଛରେ ଈର୍ଷା

Advertisment
ରସେଲଙ୍କ ବାଉନ୍ସର ପଛରେ ଈର୍ଷା

ଟ୍ରେଣ୍ଟବ୍ରିଜ୍: ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ଘନ ଘନ ବାଉନ୍ସର ମାରି ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରି ଦେଇଥିଲେ। ମ୍ୟାଚ୍ ପରେ ଦେଇଥିବା ସାକ୍ଷାତକାରରେ ସେ ଏହା ପଛର ରହସ୍ୟ ଉପରୁ ପରଦା ଉଠାଇଥି‌ଲେ। ଈର୍ଷାନ୍ବିତ ହୋଇ ବାଉନ୍ସରକୁ ସେ ନିଜ ପ୍ରମୁଖ ଅସ୍ତ୍ର କରିଥିଲେ ବୋଲି ରସେଲ ଏହି ଅବସରରେ କହିଥିଲେ। ସେ କହିଥି‌ଲେ, ମୁଁ ବଡ଼ ସଟ୍ ଖେଳୁଥିବାରୁ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ ଦଳରେ ସ୍ଥାନ ପାଇଛି ବୋଲି ଅନେକ ‌ଲୋକ କହୁଛନ୍ତି। ହେଲେ ସେମାନେ ଭୁଲି ଯାଉଛନ୍ତି ଯେ ମୁଁ ଜଣେ ଦ୍ରୁତ ‌ବୋଲର ମଧ୍ୟ। ସେମାନେ ମୋତେ ଜଣେ କାମଚଳା ବୋଲର ଭାବୁଛନ୍ତି। କିଛି କିଛି ତ ମଧ୍ୟମଗତି ବୋଲରର ଆଖ୍ୟା ଦେଉଛନ୍ତି। ଏହି ଭାବନା ଦୁର କରିବା ଲାଗି ମୁଁ ପାକିସ୍ତାନ ବିପକ୍ଷରେ ବାଉନ୍ସର ପରେ ବାଉନ୍ସର ମାରିଥିଲି। ମୁଁ ମଧ୍ୟ ୯୦ ମାଇଲ ଗତିରେ ବୋଲିଂ କରି ପାରିବି ବୋଲି ପ୍ରମାଣିତ କରିଥିଲି। ମୋର ଏହି ଚାଲ୍ ମଧ୍ୟ କାମ ଦେଇଥିଲା। ଏବେ ‌କେହି ମୋତେ ଆଉ ନ୍ୟୁନ ଭାବେ ‌ଦେଖିବେ ନାହିଁ। ବଡ଼ ବିଜୟରୁ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିବାରୁ ଏବେ ମୁଁ ବହୁତ ଖୁସି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe