ରସେଲଙ୍କୁ ହସିଙ୍କ ଦୃଢ଼ ସମର୍ଥନ: ‘ତିନି ନମ୍ବର‌ରେ ଖେଳିଲେ ଦ୍ବିଶତକ କରିପାରିବେ’

Advertisment
ରସେଲଙ୍କୁ ହସିଙ୍କ ଦୃଢ଼ ସମର୍ଥନ: ‘ତିନି ନମ୍ବର‌ରେ ଖେଳିଲେ ଦ୍ବିଶତକ କରିପାରିବେ’

News Nation

ଦୁବାଇ: କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର କାରବୀୟ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲଙ୍କୁ ସମର୍ଥନ କରିଛନ୍ତି ଦଳର ପ୍ରଶିକ୍ଷକ ବ୍ରେଣ୍ଡନ୍‌ ମ୍ୟାକଲମ ଓ ପରାମର୍ଶଦାତା ଡେଭିଡ ହସି। ବଡ଼ ସଟ୍‌ ମାରିବାର ଶକ୍ତି ଓ ସାମର୍ଥ୍ୟ ରଖିଥିବା ଏହି ବିସ୍ଫୋରକ ଅଲ୍‌ରାଉଣ୍ଡରଙ୍କୁ ଅଧିକ ବ୍ୟବହାର କରିବାକୁ ଉଭୟ ଯୋଜନା କରିଛନ୍ତି। ଏହି ଯୋଜନା ଅନୁ‌ଯାୟୀ ରସେଲକୁ ତିନି ନମ୍ବରରେ ବ୍ୟାଟିଂ ଛାଡ଼ିବାକୁ ଚିନ୍ତା କରିଛନ୍ତି ‌ସେମାନେ।

‘‘ରସେଲଙ୍କୁ ଅଧିକ ବଲ୍‌ ଖେଳିବାକୁ ମିଳିଲେ ସେ ଟି-୨୦ରେ ଦ୍ବିଶତକ ହାସଲ କରିପାରିବେ। ଯାହା କେହି ଏ ପର୍ଯ୍ୟନ୍ତ କରିନା‌ହାନ୍ତି। ସେ ୬୦ ବଲ୍‌ ପରେ ଆସି ତିନିଟି ଶତକ ହାସଲ କ‌‌ରି ସାରିଲେଣି। ଯଦି ୩ ନମ୍ବ‌ରରେ ଖେଳିବେ ତେବେ ଦଳକୁ ଲାଭ ହେବ ଏବଂ ମ୍ୟାଚ୍‌ ଜିତିବାରେ ନିଶ୍ଚିତ ଭାବେ ସାହାଯ୍ୟ କରିବେ। ତେବେ କାହିଁକି ତାଙ୍କୁ ଏହି ସ୍ଥାନରେ ଛଡ଼ା‌ ହେବନି। ସେ ଦଳର ଜଣେ ଚମତ୍କାର ଖେଳାଳି ଏବଂ ହୃଦସ୍ପଦନ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ହସି କହିଛନ୍ତି। ଆମ ପାଖରେ ନିଶ୍ଚିତ ଏକ ସନ୍ତୁଳନ ଦଳ ରହିଛି। ପ୍ରତ୍ୟେକ ବ୍ୟାଟ୍ସମ୍ୟାନ୍‌ଙ୍କ ପାଖରେ ବିଭିନ୍ନ ସ୍ଥାନରେ ଖେଳିବାର ଦକ୍ଷତା ରହିଛି। ଯଦି ଏହା ଦଳ ପାଇଁ ଉପକାର ହୁଏ। ତେବେ ସେ କାହିଁକି ଉପର ସ୍ଥାନରେ ବ୍ୟାଟିଂ କରିପାରିବେ ନାହିଁ’’ ବୋଲି ଏହି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ କହିଛନ୍ତି। ମ୍ୟାକଲମ ମ୍ୟାଚ୍‌ ବେଳେ ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ସର୍ବଦା ଚେଷ୍ଟା କରିଥାନ୍ତି। ତାଙ୍କୁ ପ୍ରଶିକ୍ଷକ ଭାବେ ପାଇଥିବାରୁ ଖେଳକୁ ସେ ଠିକ୍‌ ଭାବରେ ଆଗକୁ ନେବେ ବୋଲି ହସି ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe