ଫିଫା ୨୦୧୮: ଉଦ୍‌ଘାଟନୀ ମ୍ୟାଚ୍‌ରେ ସାଉଦୀ ଆରବକୁ ୫-୦ରେ ହରାଇଲା ଆୟୋଜକ ରୁଷିଆ

Advertisment

ୟୁରିଙ୍କୁ ମିଳିଲା ବିଶ୍ୱକପ୍‌ର ପ୍ରଥମ ଗୋଲ

ୟୁରିଙ୍କୁ ମିଳିଲା ବିଶ୍ୱକପ୍‌ର ପ୍ରଥମ ଗୋଲ

ଫିଫା ୨୦୧୮: ଉଦ୍‌ଘାଟନୀ ମ୍ୟାଚ୍‌ରେ ସାଉଦୀ ଆରବକୁ ୫-୦ରେ ହରାଇଲା ଆୟୋଜକ ରୁଷିଆ

ମସ୍କୋ: ରୁଷିଆ ଫିଫା ବିଶ୍ୱକପ୍‌-୨୦୧୮ର ଉଦ୍‌ଘାଟନୀ ମ୍ୟାଚରେ ସାଉଦୀ ଅରବକୁ ୫-୦ଗୋଲରେ ପରାସ୍ତ କରିଛି। ରୁଷିଆର ୟୁରି ଗାଜିସ୍କି ଚଳିତ ବିଶ୍ୱକପ୍‌ରେ ପ୍ରଥମ ଗୋଲ ଦେଇଛନ୍ତି। ଏହି ଗୋଲ ବଳରେ ସେ ଆୟୋଜକ ଦେଶକୁ ଆରବ ବିପକ୍ଷରେ ୧-୦ ଆଗରେ ରଖିଥିଲେ।

୨୮ ବର୍ଷିଅ ୟୁରି ଗାଜିସ୍କି ଲୁଜିନକୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ୧୨ ମିନିଟରେ ଗୋଲ ଦେଇଥିଲେ। ଏହା ଦ୍ୱାରା ଷ୍ଟାଡିୟମରେ ଉପସ୍ଥିତ ୮୦,୦୦୦ ଦର୍ଶକ ଖୁସି ହୋଇ ଯାଇଥିଲେ। ଦର୍ଶକମାନେ ବିଶ୍ୱକପ୍‌ର ପ୍ରଥମ ଗୋଲକୁ କରତାଳି ସହିତ ସ୍ୱାଗତ କରିଛନ୍ତି। ରୁଷିଆରେ ୧୯୮୦ର ମସ୍କୋ ଅଲମ୍ପିକ ପରେ ସବୁଠାରୁ ବଡ ଖେଳ ଆୟୋଜନ।

ଏହା ପରେ ୪୩ ମିନିଟରେ ୨୭ ବର୍ଷିଅ ଡେନିସ ଚେରିସେବ ଗୋଲ ଦେଇ ଟିମକୁ ୨-୦ରେ ଆଗକୁ ନେଇଥିଲେ। ପରେ ୨୯ ବର୍ଷିଅ ଏରଟେମ ଡେଜୟୁବା ୭୧ ମିନିଟରେ ଗୋଲ ଦେଇ ରୁସକୁ ୩-୦ରେ ଆଗକୁ ନେଇଥିଲେ। ଖେଳର ଶେଷ ପର୍ଯ୍ୟାୟରେ ୪ର୍ଥ ଓ ୫ମ ଗୋଲ ହୋଇଥିଲା। ୪ର୍ଥ ଗୋଲ ଡେନିସ ଚେରିଶେବ ଓ ଆଲେକଜାଣ୍ଡର ଗୋଲୋବିନ ୫ମ ଗୋଲ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe