ଫ୍ରେଞ୍ଚ୍‌ ଓପନ୍‌ରେ ରୁଷୀୟ ଖେଳାଳି ଗିରଫ

Advertisment
ଫ୍ରେଞ୍ଚ୍‌ ଓପନ୍‌ରେ ରୁଷୀୟ ଖେଳାଳି ଗିରଫ

ପ୍ୟାରିସ : ଚଳିତ ଫ୍ରେଞ୍ଚ୍‌ ଓପନ୍‌ ବେଳେ ଶୁକ୍ରବାର ଜଣେ ରୁଷୀୟ ‌ମହିଳା ଖେଳାଳି ଗିରଫ ହୋଇଛନ୍ତି। ମ୍ୟାଚ୍‌ ଫିକ୍ସିଂ ସାମିଲ ନେଇ ରୁଷିଆର ୟାନା ସିଜିକୋଭା ଗିରଫ ହୋଇଥିବା ନେଇ ଏକ ଗଣମାଧ୍ୟମ ଦାବି କରିଛି। ପୋଲିସ ଏବଂ ଫ୍ରେଞ୍ଚ ଟେନିସ୍ ମହାସଂଘ ଗିରଫ କଥା ମାନିଥିଲେ ବି ଏହାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ କରିନି। ଗତ ସେପ୍ଟେମ୍ବରରେ, ଫ୍ରାନ୍ସ ଆଇନଜୀବୀ ଫ୍ରେଞ୍ଚ ଓପନ ମହିଳା ଯୁଗଳ ମ୍ୟାଚ୍‌ରେ ମ୍ୟାଚ୍ ଫିକ୍ସିଂ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ।

ରୋମାନିଆର ଯୋଡି ଆଣ୍ଡ୍ରିଆ ମିତୁ ଓ ପାଟ୍ରିସିଆ ମାରି ଏବଂ ୟାନା ସିଜିକୋଭା ଓ ଆମେରିକୀୟ ମ୍ୟାଡିସନ୍ ବ୍ରେଙ୍ଗଲେଙ୍କ ମଧ୍ୟରେ ଏକ ଡବଲ୍ସ ମ୍ୟାଚ୍ ବେଳେ ଫିକ୍ସିଂ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା। ସିଜିକୋଭାଙ୍କ ଗିରଫ ବିଷୟରେ ମୋତେ ଅବଗତ କରାଯାଇଛି। ହେଲେ ଏହି ମାମଲା ସମ୍ବନ୍ଧରେ ଦଲିଲ ପାଇନୁ। ତେଣୁ ଏବେ କିଛି କହିପାରିବି ନାହି ବୋଲି ରୁଷୀୟ ଟେନିସ ମହାସଂଘ ସଭାପତି ସାମିଲ ତାରପିସେଭ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe