ଭୁବନେଶ୍ବର: ଓଡ଼ିଶାର ଏକ ନମ୍ବର ମହିଳା ବ୍ୟାଡମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡା ନିଜ ଖେଳ ଜୀବନର ପ୍ରଥମ ଅନ୍ତର୍ଜାତୀୟ ଟ୍ରଫି ଜିତି ନେଇଛନ୍ତି। ରବିବାର ଗ୍ରିସ୍ରେ ଶେଷ ହୋଇଥିବା ହେଲାସ ଓପନ୍ ପ୍ରତିଯୋଗିତାରେ ଋତୁପର୍ଣ୍ଣା ଏବଂ ତାଙ୍କ ଭାରତୀୟ ଯୁଗଳ ସାଥୀ ସୁନୀଲ ଆରତି ସାରା ବିଜୟ ମୁକୁଟ ହାତେଇଛନ୍ତି। ମହିଳା ଯୁଗଳ ଫାଇନାଲରେ ଏହି ଭାରତୀୟ ଯୋଡ଼ି ଫ୍ରାନ୍ସର ହାରିୟୁ ବିମଳା ଓ ଲମ୍ବେର୍ଟ ମାର୍ଗାଟଙ୍କୁ ୨୧-୧୯, ୨୧-୧୨ରେ ସିଧାସଳଖ ଭାବେ ହରାଇ ଦେଇଥିଲେ। ପୂର୍ବରୁ ସେମିଫାଇନାଲରେ ଋତୁପର୍ଣ୍ଣା-ଆରତୀ ଇଂଲଣ୍ଡର ହୋଲଡନ୍ ଆବିଗଲି ଓ ଟୋଲମ୍ୟାନ ଲିଜିଙ୍କୁ ୨୧-୧୪, ୧୫-୨୧, ୨୧-୧୫ରେ ହରାଇଥିଲେ। କିଟ୍ ଛାତ୍ରୀ ହୋଇଥିବାରୁ ଏହାର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଋତୁପର୍ଣ୍ଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଗ୍ରିସ୍ରେ ଟ୍ରଫି ଜିତିଲେ ଋତୁପର୍ଣ୍ଣା
Advertisment
Follow Us