ସିଲି ପଏଣ୍ଟ୍‌: କାରବୀୟରେ ଲୋନାଭିଲା ଅନୁଭବ ନେଲେ ଗାଏକ୍ବାଡ

Advertisment
ସିଲି ପଏଣ୍ଟ୍‌: କାରବୀୟରେ ଲୋନାଭିଲା ଅନୁଭବ ନେଲେ ଗାଏକ୍ବାଡ

ଭାରତୀୟ ଦଳ ସହ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିବା ଋତୁରାଜ ଗାଏକ୍ବାଡ ‌ସେଠାକାର ପରିବେଶର ମଜା ଉଠାଇବାକୁ ଭୁଲି ନାହାନ୍ତି। ହୁଆଙ୍ଗଝୁ ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରିକେଟ୍‌ ଦଳର ନେତୃତ୍ବ ଭାର ପାଇଥିବା ଏହି ଯୁବ ତାରକା ପତ୍ନୀ ଉତ୍କର୍ଷ ପାୱାରଙ୍କ ସହ କାରବୀୟ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମ‌ନଭରି ଉପ‌ଭୋଗ କରୁଛନ୍ତି। ସୁନ୍ଦର ଜଳପ୍ରପାତ ପାଇଁ ପରିଚିତ ମହାରାଷ୍ଟ୍ରର ଲୋନାଭିଲା ହିଲ୍‌ ଷ୍ଟେସନ୍‌ ଭଳି ସେ ଏଠାରେ ସମାନ ଅନୁଭବ କରୁଛନ୍ତି। କିନ୍ତୁ ଗାଏକ୍ବାଡ ଲୋନାଭିଲା ସହ କାରବୀୟକୁ ତୁଳନା କରିନାହାନ୍ତି।

ସେ ପତ୍ନୀଙ୍କ ସହ ପ୍ରଛଦପଟରେ ଜଳପ୍ରପାତ ଥିବା ଦୁଇଟି ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଏହାର ଶିରୋନାମାରେ ଲେଖିଛନ୍ତି ‘‘ଲୋନାଭିଲା ଅନୁଭବ କାରବୀୟରେ। ଆପଣମାନେ କ’ଣ ଚିନ୍ତା କରୁଛନ୍ତି?’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe