Photo Credit: PTI
ନୂଆଦିଲ୍ଲୀ: ସ୍ପଟ୍ ଫିକ୍ସିଂ କରିଥିବା ଅଭିଯୋଗରେ ବିସିସିଆଇ ପକ୍ଷରୁ ଖେଳରୁ କିଛି ବର୍ଷ ପାଇଁ ବିରତି ନେଇଥିବା ଖେଳାଳି ଏସ୍ ଶ୍ରୀଶାନ୍ତଙ୍କ ନିଲମ୍ବନ ସମୟକୁ ସାତ ବର୍ଷକୁ କମାଇ ଦିଆଯାଇଛି। ସେ ଛଅ ବର୍ଷ ହେବ ଟିମ୍ ଇଣ୍ଡିଆ ପାଇଁ ଖେଳୁନାହାନ୍ତି। ଆସନ୍ତାବର୍ଷ ସେପ୍ଟେମ୍ବରକୁ ସତ ବର୍ଷ ହୋଇଯିବ। ତେବେ ଟିମ୍ ଇଣ୍ଡିଆର ଏହି ଖେଳାଳି ଜଣକ ୨୦୨୦ ମସିହା ସେପ୍ଟେମ୍ବରଠାରୁ ଦଳ ପାଇଁ ପୁନଶ୍ଚ ଖେଳି ପାରିବେ ବୋଲି ସୂଚନା ରହିଛି।
ଶ୍ରୀଶାନ୍ତଙ୍କୁ ବର୍ତ୍ତମାନ ୩୬ ବର୍ଷ। ସେ ୨୦୧୩ ମସିହାରୁ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ୨୦୧୩ ମସିହାର ଆଇପିଏଲ୍ ମ୍ୟାଚ୍ରେ ତାଙ୍କର ଦୁଇ ଟିମ୍ମେଟ୍ସଙ୍କ ସହ ସାଥୀ ହୋଇ ସ୍ପଷ୍ଟ ଫିକ୍ସିଂ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।
Mumbai Liveସେବେଠାରୁ ମାମଲାର ବିଚାର ହୋଇ ତାଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାକୁ ବାରଣ କରାଯାଇଥିଲା। ଚଳିତ ମାସ ୭ ତାରିଖରେ ସୁପ୍ରିମ୍କୋର୍ଟ ଶ୍ରୀଶାନ୍ତଙ୍କ ନିଲମ୍ବନ ସମୟକୁ କମ୍ କରିଦେବା ସହ ଆସନ୍ତା ବର୍ଷଠାରୁ ସେ ଟିମ୍ ଇଣ୍ଡିଆ ପାଇଁ ଖେଳିପାରିବେ ବୋଲି କହିଛନ୍ତି।
Follow Us