ସିଡ୍ନି: ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ଶ୍ରୀଧରନ୍ ଶ୍ରୀରାମ ଅଷ୍ଟ୍ରେଲିଆ ସ୍ପିନ୍ ବୋଲିଂ ପ୍ରଶିକ୍ଷକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଶିକ୍ଷଣ କାର୍ଯ୍ୟରେ ଅଧିକ ମନୋନିବେଶ ଲାଗି ସେ ଏଭଳି ଚିନ୍ତା କରିଛନ୍ତି। ଶ୍ରୀରାମ ଭାରତ ପକ୍ଷରୁ ୨୦୦୦ରୁ ୨୦୦୪ ମଧ୍ୟରେ ୮ ଦିନିକିଆ ଖେଳିଥିଲା ବେଳେ ୨୦୧୫ରୁ ଅଷ୍ଟ୍ରେଲିଆ ଦଳର ପ୍ରଶିକ୍ଷକ ରହି ଆସିଛନ୍ତି। ଆସନ୍ତା ବର୍ଷ ଅଷ୍ଟ୍ରେଲିଆର ଭାରତ ଗସ୍ତ ପୂର୍ବରୁ ସେ ପଦ ଛାଡ଼ିବାର ସମ୍ଭାବନା ରହିଛି। ଫଳରେ ଭାରତ ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ ନୂଆ ସ୍ପିନ୍ ବୋଲିଂ ପ୍ରଶିକ୍ଷକ ନିଯୁକ୍ତି କରିପାରେ।
ଅଷ୍ଟ୍ରେଲିଆ ପ୍ରଶିକ୍ଷକ ପଦ ଛାଡ଼ିବେ ଏସ୍ ଶ୍ରୀରାମ
Advertisment
Follow Us