୨ୟ ଟି-୨୦ : ଭାରତକୁ ୩ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

Advertisment

କେବରାର ସେଣ୍ଟ ଜର୍ଜ ପାର୍କରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦ରେ ଭାରତକୁ ୩ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହା ସହିତ ସିରିଜ ୧-୧ରେ ବରାବର ହୋଇଯାଇଛି ।

Updated On

କେବରାର ସେଣ୍ଟ ଜର୍ଜ ପାର୍କରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦ରେ ଭାରତକୁ ୩ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହା ସହିତ ସିରିଜ ୧-୧ରେ ବରାବର ହୋଇଯାଇଛି ।

ଅଦ୍ୟତନ ହୋଇଛି
SA

କେବରା: କେବରାର ସେଣ୍ଟ ଜର୍ଜ ପାର୍କରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦ରେ ଭାରତକୁ ୩ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହା ସହିତ ସିରିଜ ୧-୧ରେ ବରାବର ହୋଇଯାଇଛି । ଭାରତ ଦ୍ବାରା ରଖାଯାଇଥିବା ୧୨୫ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୯ ଓଭରରେ ୭ ଓ୍ବିକେଟ ହରାଇ ୧୨୮ କରି ହାସଲ କରିନେଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଟ୍ରିଷ୍ଟାନ ଷ୍ଟବ୍ସ ଅପରାଜିତ ୪୭ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ରିଜା ହେଣ୍ଡରିକ୍ସ ୨୪ ରନ ଓ ଗେରାଲ୍ଡ କୋଟଜି ୧୯ ରନ କରିଥିଲେ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ୫ ଓ୍ବିକେଟ ନେଇଥିଲେ । 

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ହିଁ ଓ୍ବିକେଟ ହରାଇ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ପ୍ରଥମ ତିନି ବ୍ୟାଟ୍ସମ୍ୟାନ ସଂଜୁ ସାମସନ, ଅଭିଷେକ ଶର୍ମା ଓ ସୂର‌୍ୟ୍ୟକୁମାର ଯଥାକ୍ରମେ ୦, ୪ ଓ ୪ ରନ କରି ଆଉଟ ହୋଇଥିଲେ । ତିଳକ ବର୍ମା ୨୦ ରନ କରିଥିବାବେଳେ ଅକ୍ଷର ପଟେଲ ୨୭ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୯ ରନ କରିଥିଲେ । ଭାରତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୨୪ ରନ କରିଥିଲା । 
ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ, ଗେରାଲ୍ଡ କୋଟଜି, ଆଣ୍ଡିଲ ସିମେଲେନ , ଆଇଡେନ ମାର୍କରାମ ଓ କାବାୟୋମଜି ପିଟର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe