ସାଫ ବାଳକ ଫୁଟ୍‌ବଲ୍‌ ଭାରତ ସେମିକୁ ଉନ୍ନୀତ

Advertisment
ଶବର କପ୍ ଫୁଟ୍‌ବଲ୍‌ ସେମିରେ ମଙ୍ଗଳା କ୍ଲବ

ଭୁବନେଶ୍ବର: ନେପାଳର କାଠମଣ୍ଠୁଠାରେ ଚାଲିଥିବା ୧୫ ବର୍ଷରୁ କମ୍ ବାଳକ ସାଫ ପ୍ରତିଯୋଗିତାରେ ଭାରତୀୟ ଦଳ ସେମିଫାଇନାଲରୋ ପ୍ରବେଶ କରିଛି। ସୋମବାର ଖେଳାଯାଇଥିବା ଶେଷ ଲିଗ୍‌ ମ୍ୟାଚରେ ଭାରତ ୪-୦ରେ ଭୁଟାନକୁ ହରାଇ ଏହି ସୁଯୋଗ ହାତେଇଛି। ଭାରତ ପକ୍ଷରୁ ଶୁଭୋ ପଲ (୪, ୮୩ ମିନିଟ) ଦୁଇଟି‌ ‌େଗାଲ୍ ଦେଇଥିବାବେଳେ ଶୁବା କୁଶାଙ୍ଗ (୬୬ ମିନିଟ) ଏବଂ ଓଡ଼ିଆ ଖେଳାଳି ଅମନ ଖାଲକୋ (୮୯ ମିନିଟ) ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଓଡ଼ିଶାରୁ ଅନ୍ୟ ଦୁଇ ଜଣ ଖେଳାଳି ପୁରୁଷୋତ୍ତମ କେରକେଟା ଏବଂ ଟଙ୍କଧର ବାଗ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେହିଭଳି ଓଡ଼ିଆ‌ ପ୍ରଶିକ୍ଷକ ଶୁ‌େଭନ୍ଦୁ ପଣ୍ଡା ମଧ୍ୟ ଭାରତୀୟ ଦଳ ଦାୟିତ୍ବରେ ରହିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁ‌ବସେବା ବିଭାଗରେ କାର୍ଯ୍ୟରତ ଶୁଭେନ୍ଦୁ ରାଜ୍ୟର ଏକମାତ୍ର ‘ଏ’ ଲାଇ‌େସନ୍ସପ୍ରାପ୍ତ ପ୍ରଶିକ୍ଷକ। ପୁରୁଷ ବର୍ଗରେ କୌଣସି ଜାତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବାରେ ସେ ମଧ୍ୟ ପ୍ରଥମ ଓଡ଼ିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe