ପ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ସେମିରେ ସାବାଲେଙ୍କା-ମୁଚୋଭା

ପ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ସେମିରେ ସାବାଲେଙ୍କା-ମୁଚୋଭା

ପ୍ୟାରିସ : ବିଶ୍ବର ୨ ନମ୍ବର ଆରିନା ସାବାଲେଙ୍କା ଚଳିତ ପ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଚେକ୍‌ ଗଣରାଜ୍ୟର କାରୋଲିନା ମୁଚୋ‌ଭାଙ୍କୁ ଭେଟିବେ। ମଙ୍ଗଳବାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆନ୍‌ ବିଜୟିନୀ ବେଲାରୁଷର ସାବାଲେଙ୍କା ସିଧାସଳଖ ୬-୪, ୬-୪ ସେଟ୍‌ରେ ପୂର୍ବତନ ୩ ନମ୍ବର ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରିଥିଲେ।

publive-image

ଏଥିସହ ସେ ପ୍ରଥମ ଥର ଲାଗି ରୋଲାଁ ଗାରୋସ‌ର ସେମିଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ଲଗାତାର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଦିଗରେ ଆଗକୁ ବଢ଼ିଛନ୍ତି। ୪୨ ମାନ୍ୟତାପ୍ରାପ୍ତ ମୁଚୋଭା ୭-୫, ୬-୨ ସେଟ୍‌ରେ ପୂର୍ବତନ ଉପବିଜୟିନୀ ରୁଷିଆର ଆନାସ୍ତାସିଆ ପାଭ୍‌ଲ୍ୟୁଚେଙ୍କୋଭାଙ୍କୁ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe