ଶବର କପ୍ ସେମିରେ ଧର୍ମଶାଳା ସ୍ପୋର୍ଟସ୍‌ ଏକାଡେମି

Advertisment
ଶବର କପ୍ ସେମିରେ ଧର୍ମଶାଳା ସ୍ପୋର୍ଟସ୍‌ ଏକାଡେମି

ଖଣ୍ଡଗିରି: ୨୧ତମ ରାଜ୍ୟସ୍ତରୀୟ ଶବର କପ୍ ଫୁଟବଲ୍‌ ପ୍ରତିଯୋଗିତାର ସୋମବାର ମ୍ୟାଚ୍‌ରେ ଯାଜପୁର ଜାରକା ଧର୍ମଶାଳା ସ୍ପୋର୍ଟସ୍‌ ଏକାଡେମି ୧-୦ ଗୋଲ୍‌ରେ ଭୁବନେଶ୍ବର ଜଗା ୟୁନାଇଟେଡ୍‌ କ୍ଲବ୍‌କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି। ଖୋର୍ଧା ଜିଲ୍ଲା ଶବର କ୍ରୀଡ଼ାସଂଘ ଆନୁକୂଲ୍ୟରେ ଯାଁଳା ରାଧାଚରଣପୁର ଖେଳପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଧ ଆରମ୍ଭରୁ ଯାଜପୁର ଦଳ ଭୁବନେଶ୍ବର ଦଳକୁ ଚକ୍‌ମା ଦେବାରେ ସକ୍ଷମ ହୋଇଥିଲ। ଦ୍ବିତୀୟାର୍ଧର ଚତୁର୍ଥ ମିନିଟ୍‌ରେ ଗୋଧି ଭୋଇ ଗୋଲ୍‌ ଦେଇ ଯାଜପୁରକୁ ଅଗୁଆ କରିଥିଲେ। ପ୍ରିୟବ୍ରତ ବାହିନୀପତି, ଦିଗ୍‌ବିଜୟ ଦାସ, ଲକ୍ଷ୍ମୀପ୍ରସାଦ ନାଇଡୁ ଓ ଉପେନ୍ଦ୍ର ନାଏକ ମ୍ୟାଚ୍ ପରିଚାଳନା କରିଥିଲେ। ମଙ୍ଗଳବାର ଢ଼େଙ୍କାନାଳ ପପୁଲାର କ୍ଲବକୁ ଜଟଣୀ ଉତ୍କଳ ସ୍ପୋର୍ଟିଂ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe