ଅମ୍ପାୟାରଙ୍କୁ ଦୁର୍ବ୍ୟବହାର କରି ସବିର ଦଣ୍ଡିତ

ଅମ୍ପାୟାରଙ୍କୁ ଦୁର୍ବ୍ୟବହାର କରି ସବିର ଦଣ୍ଡିତ

Bangladesh's Sabbir Rahman during the second one day international cricket match in Dhaka, Bangladesh, Friday, Oct. 9, 2016. (Photo by Ahmed Salahuddin/NurPhoto via Getty Images)

ନୂଆଦିଲ୍ଲୀ: ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌) ବେଳେ ସିଲେଟ୍‌ ସିକ୍ସର ବ୍ୟାଟ୍ସମ୍ୟାନ୍‌ ସବିର ରହମାନ ଅମ୍ପାୟାରଙ୍କୁ ଦୁର୍ବ୍ୟବହାର କରି ଦଣ୍ଡିତ ହୋଇଛନ୍ତି। ରବିବାର କାମିଲା ଭିକ୍ଟୋରିଆନ୍ସ ବିପକ୍ଷ ମ୍ୟାଚ୍‌ ବେଳେ ତାଙ୍କୁ ଅମ୍ପାୟାର ମହଫୁଜୁର ରହମାନ ଲିଟୁ ଏଲ୍‌ବିଡବ୍ଲୁ ଦେଇଥିଲେ। ଏହାକୁ ନେଇ ସବିର ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ସହ ଗାଳି ଗୁଲଜ କରିଥିଲେ। ଏହି ଅଶୋଭନୀୟ ଆଚରଣ ଲାଗି ମ୍ୟାଚ୍‌ ରେଫରି ସବିରଙ୍କ ମ୍ୟାଚ୍‌ ପାଉଣାରୁ ୫୦ ପ୍ରତିଶତ କାଟିବା ସହ ଖେଳାଳିଙ୍କୁ ମିଳୁଥିବା ପଏଣ୍ଟ୍‌ରୁ ୩ ପଏଣ୍ଟ୍‌ କାଟିଛନ୍ତି। ଏହି ମ୍ୟାଚ୍‌କୁ ସବିରଙ୍କ ଦଳ ଜିତିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe