ସାବିତ୍ରୀଙ୍କ ସହ ସତ୍ୟବାନ ଦୂତି

Advertisment
ସାବିତ୍ରୀଙ୍କ ସହ ସତ୍ୟବାନ ଦୂତି

ଭୁବନେଶ୍ବର: ଶୁକ୍ରବାର ରୀତିନୀତି ଅନୁସାରେ ରାଜ୍ୟବ୍ୟାପୀ ସାବିତ୍ରୀ ବ୍ରତ ପୂଜା ଓ ପର୍ବ ପାଳନ କରାଯାଇଥିବା ବେଳେ ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ପ୍ରଥମ ଥର ନିଜ ‌ପ୍ରେମୀ ତଥା ସାବିତ୍ରୀଙ୍କୁ ଲୋକଲୋଚନକୁ ଆଣିଛନ୍ତି। ସାମାଜିକ ଗଣମାଧ୍ୟମ ଫେସବୁକ୍‌ ମାଧ୍ୟମରେ ଦୂତି ନିଜ ଜୀବନସାଥୀଙ୍କ ସହ ୩/୪ଟି ଫଟୋ ଛାଡ଼ି ଲେଖିଛନ୍ତି, ‘ସେ ମୋ ସାବିତ୍ରୀ, ମୁଁ ତା ସତ୍ୟବାନ।’ ଏହାକୁ ୧୨୦୦ରୁ ଅଧିକ ପସନ୍ଦ ମିଳି ସାରିଛି। କିନ୍ତୁ ଦୂତିଙ୍କ ପ୍ରଶଂସକମାନେ ଦୁଇ ଭାଗ ହୋଇ ଏହାକୁ କେତେକ ସମର୍ଥନ ତ କେତେକ ନାପସନ୍ଦ କରିଛନ୍ତି। ଫଳରେ କିଛି ସମୟ ପରେ ଦୂତି ଫଟୋଗୁଡିକୁ ଫେସ୍‌ବୁକ୍‌ ପୃଷ୍ଠାରୁ ହଟାଇ ଦେଇଥିଲେ। ‘ସମ୍ବାଦ’ ପକ୍ଷରୁ ତାଙ୍କର ଏକାଧିକ ମୋବାଇଲ୍ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଗତ ବର୍ଷ ଦୂତି ଦେଶର ପ୍ରଥମ ଏଲଜିବିଟି କ୍ରୀଡ଼ାବିତ୍‌ ଭାବେ ଏହି ସମ୍ପର୍କକୁ ପଦାକୁ ଆଣିବାର ସାହାସ ଦେଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe