ଦିଲ୍ଲୀ ହାଫ୍‌ ମାରାଥନ୍‌ରେ ସାବ୍‌ଲେଙ୍କ କୀର୍ତ୍ତିମାନ

ଦିଲ୍ଲୀ ହାଫ୍‌ ମାରାଥନ୍‌ରେ ସାବ୍‌ଲେଙ୍କ କୀର୍ତ୍ତିମାନ

ନୂଆଦିଲ୍ଲୀ: ଦିଲ୍ଲୀ ହାଫ୍‌ ମାରାଥନ୍‌ରେ ଅଲିମ୍ପିକ୍‌ ଯୋଗ୍ୟ ଅବିନାଶ ସାବ୍‌ଲେ ନୂଆ ଜାତୀୟ କୀର୍ତ୍ତିମାନ ରଚିଛନ୍ତି। ସେ ୧:୦୦:୩୦ ସେକେଣ୍ଡ୍‌ ସମୟ ନେଇ ‌ଲମ୍ବ ଦୂରତ୍ବ ଦୌଡ଼ ଶେଷ କରିବା ଅବସରରେ ଭାରତୀୟ ଭାବେ ଏଲିଟ୍‌ ଧାବକଙ୍କ ମଧ୍ୟରେ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ। ଏକ୍ଷେତ୍ରରେ ସେ ମହାରାଷ୍ଟ୍ରର କାଳିଦାଶ ହିରାଭେ (୧:୦୩:୪୬ ସେକେଣ୍ଡ)ଙ୍କ ନା‌ମରେ ରହିଥିବା ଜାତୀୟ ହାଫ୍‌ ମାରାଥନ୍‌ କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି।

ମହାରାଷ୍ଟ୍ରର ୨୬ ବର୍ଷ ବୟସ୍କ ସାବ୍‌ଲେ ଗତବର୍ଷ ବିଶ୍ବ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ ଅବସରରେ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ ବର୍ଗରେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲେ। ଏବେ ରବିବାର ସେ ୬୧ ମିନିଟ୍‌ରୁ କମ୍‌ ସମୟରେ ଗୋଟିଏ ହାଫ୍‌ ମାରାଥନ୍‌ ଦୌଡ଼ ଶେଷ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ଏଥି ସହିତ ସେ ତାଙ୍କ ଭାରତୀୟ ପ୍ରତିଦ୍ବନ୍ଦ୍ବୀ ଶ୍ରୀନୁ ବୁଗାଥା (୧:୦୪:୧୬, ଦ୍ବିତୀୟ) ଏବଂ ଦୁର୍ଗା ବାହାଦୁର ବୁଢ଼ା (୧:୦୪:୧୯, ତୃତୀୟ)ଙ୍କୁ ପଛରେ ପକାଇ ଦେଇଥିଲେ। ସାବ୍‌ଲେ ମଧ୍ୟପୁରୁଷ ଏଲିଟ୍‌ ଦୌଡ଼ରେ ମୋଟ ଉପରେ ଦଶମ ସ୍ଥାନ ପାଇଥିଲା ବେଳେ ଇଥିଓପିଆର ଆମେଣ୍ଡେୱର୍କ ୱାଲେଲେଗ୍‌ (୫୮:୫୨ ସେକେଣ୍ଡ) ଦିଲ୍ଲୀ ହାଫ୍‌ ମାରାଥନ୍‌ ବିଜେତା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe