ରାଇଟ୍‌ ଟୁ ପ୍ଲେ ବଳରେ ସୁଧୁରି ପାରିବ ଖେଳର ଅବସ୍ଥା: ସଚିନ୍‌

ମାଷ୍ଟର ବ୍ଲାଷ୍ଟର କହିଲେ, ପ୍ରାଥମିକ-ମାଧ୍ୟମିକ ସ୍କୁଲ୍‌ରେ ଖେଳ ଶିକ୍ଷକ ରଖିବାକୁ ହେବ

କୁଲଦୀପଙ୍କୁ ଭଲ ଖେଳି ରୁଟ୍‌ ସଫଳ ହେଲେ: ସଚିନ

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ କ୍ରିକେଟର ସଚିନ ତେନ୍ଦୁଲକର କହିଛନ୍ତି, ରାଇଟ୍‌ ଟୁ ପ୍ଲେ ବଳରେ ଖେଳର ଅବସ୍ଥା ସୁଧୁରି ଯାଇପାରିବ। ସ୍ମାର୍ଟ ସହର ଭଳି ଆମକୁ ସ୍ମାର୍ଟ ସ୍ପୋର୍ଟସ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡ଼ିବ। ଖେଳକୁ ସ୍କୁଲ ସିଲାବସରେ ମୁଖ୍ୟ ଅଂଶ ରୂପେ ସ୍ଥାନ ଦିଆଯିବାର ଦରକାର ଅଛି। ସେହିଭଳି ପିଲାଙ୍କୁ ଖେଳ ସମ୍ବନ୍ଧୀୟ ସବୁ ପ୍ରକାରର ସୁବିଧା ଦିଆଯିବାର ଅବଶ୍ୟକତା ରହିଛି।

ଜାତୀୟ ଗଣମାଧ୍ୟମକୁ ରାଜ୍ୟସଭା ସାଂସଦ ସଚିନ୍‌ କହିଛନ୍ତି, ଏହା ପୂର୍ବରୁ ଆମକୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ପିଇଟି ଟିଚର୍ସ(ଖେଳ ଶିକ୍ଷକ) ରଖି ‘ଟ୍ରେନ୍‌ ଦ ଟ୍ରେନର୍ସ’ କାର୍ଯ୍ୟକ୍ରମ ଚଳାଇବାକୁ ହେବ। ୨ଜି ମାମଲାକୁ ନେଇ ହୋଇଥିବା ହଙ୍ଗାମା ଯୋଗୁଁ ସଚିନ ୨୦୧୭ ଡିସେମ୍ବର ୨୧ରେ ଭାଷଣ ଦେଇ ପାରି ନଥିଲେ। ଦେଶରେ ଖେଳ ଅବସ୍ଥା କି ଭଳି ହେବା ଦରକାର ସେ ନେଇ ଡିସେମ୍ବର ୨୨ରେ ୧୫ ମିନିଟର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ।

publive-image

ସଚିନ କହିଛନ୍ତି, ଆମେ ଖେଳକୁ ପସନ୍ଦ କରୁଥିବା ଦେଶରେ ଭଲ ଖେଳାଳି ହେବାର ଦରକାର ଅଛି। ଏଥି ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିବ। ମୋର ବିଶ୍ୱାସ ଯେ, ଆମେ ଏହା କରିବା। ଏଥି ପାଇଁ ମୁଁ ଭାବୁଛି ରାଇଟ୍‌ ଟୁ ପ୍ଲେ ହେବ ସମାଧାନର ରାସ୍ତା। ଭାରତ ୨୦୨୦ ମଧ୍ୟରେ ବିଶ୍ୱର ସବୁଠାରୁ ଯୁବ ଦେଶ ହେବ। ଏଥି ପାଇଁ ଭାରତକୁ ସ୍ୱାସ୍ଥ୍ୟବାନ୍‌ ବନାଇବାକୁ ହେବ। ଏଥି ପାଇଁ ଆମକୁ ଖେଳ ସଂସ୍କୃତିକୁ ବଢ଼ାଇବାକୁ ହେବ। ୨୦୦୯ରେ ସଂସଦରେ ଶିକ୍ଷାକୁ ଜରୁରୀ ଭାବି ଶିକ୍ଷା ଅଧିକାର ବିଧେୟକ ପାସ୍‌ କରିଥିଲା। ସେହିଭଳି ଏବେ ରାଇଟ୍‌ ଟୁ ପ୍ଲେ ବିଲ୍‌ ପାସ କରିବାର ସମୟ ଆସିଛି ବୋଲି ସଚିନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe