ସଡ଼କ ଉପରେ ସଚିନ୍‌, କାର୍‌ରୁ ଓହ୍ଲାଇ ଗଳିରେ ଧରିଲେ ବ୍ୟାଟ୍‌

Advertisment
ସଡ଼କ ଉପରେ ସଚିନ୍‌, କାର୍‌ରୁ ଓହ୍ଲାଇ ଗଳିରେ ଧରିଲେ ବ୍ୟାଟ୍‌

ମୁମ୍ବାଇ: ପଡ଼ିଆରେ ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର କ୍ରିକେଟ୍‌ ଖେଳିବା ଆମେ ସମସ୍ତେ ଦେଖିଛେ, କିନ୍ତୁ ମାଷ୍ଟର ବ୍ଲାଷ୍ଟରଙ୍କୁ ଗଳିରେ ଖେଳୁଥିବା ବହୁ କମ୍‌ ଲୋକ ଦେଖିଥିବେ। ମୁମ୍ବାଇର ସଡ଼କ ଉପରେ ସଚିନ ବ୍ୟାଟିଂ କରିଛନ୍ତି। ସେ ନିଜର କାରକୁ ସଡ଼କ ପାର୍ଶ୍ୱରେ ରଖି ଦେଇ ପିଲାମାନଙ୍କ ସହିତ କ୍ରିକେଟ ଖେଳିଛନ୍ତି।

ସଚିନ ତେନ୍ଦୁଲକରଙ୍କ ବନ୍ଧୁ ଓ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସଚିନ ସଡ଼କ ପାର୍ଶ୍ୱରେ ବ୍ୟାଟିଂ କରୁଛନ୍ତି। ସଚିନ ସହିତ ଖେଳୁଥିବା ପିଲାମାନେ ମଧ୍ୟ ବହୁ ଉତ୍ସାହିତ ହୋଇ ଉଠିଛନ୍ତି। ଗଳି କ୍ରିକେଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସଚିନ ଗୋଟିଏ ପରେ ଗୋଟିଏ ବଲକୁ ବ୍ୟାଟିଂ କରୁଛନ୍ତି। ଏଥି ସହିତ ଯୁବ ଖେଳାଳିଙ୍କୁ ଟିପ୍ସ ମଧ୍ୟ ଦେଉଛନ୍ତି। ଗୋଟିଏ ଓଭର ବ୍ୟାଟିଂ କରିବା ପରେ ସଚିନ ପିଲାମାନଙ୍କ ସହିତ ଫଟୋ ଉଠାଇଛନ୍ତି। ଏଥି ସହିତ କ୍ରିକେଟ ଖେଳୁଥିବା ପିଲାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭିଡିଓରେ ଦେଖିପାରିବେ ଯେ, ସଚିନ ଏଭଳି ଏକ ସ୍ଥାନରେ ଖେଳୁଛନ୍ତି, ଯେଉଁଠାରେ କି ମେଟ୍ରୋ କାମ ଚାଲିଛି। ଏଠାରେ ଥିବା ବ୍ୟାରିକେଡ଼କୁ ହିଁ ଓ୍ଵିକେଟ୍‌ ଭାବରେ ବ୍ୟବହାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe