ମୁମ୍ବାଇ: ଭାରତ-ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିନିକିଆ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଘଣ୍ଟି ବଜାଇଥିଲେ। ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳା ଯାଉଥିବାରୁ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ(ସିସିଆଇ) ସଚିନଙ୍କୁ ମ୍ୟାଚ୍ ପୂର୍ବରୁ ଘଣ୍ଟି ବଜାଇବାକୁ ଆମନ୍ତ୍ରଣ କରିଥିଲା। କାରଣ ଐତିହାସିକ ଲର୍ଡସ୍ ପଡ଼ିଆ ଭଳି ବ୍ରାବର୍ଣ୍ଣରେ ମଧ୍ୟ ଘଣ୍ଟି ବଜାଇ ମ୍ୟାଚ୍ ଆରମ୍ଭ କରିବାର ପରମ୍ପରା ରହିଛି। ଏଭଳି ପରମ୍ପରା ନିକଟରେ କୋଲ୍କାତାର ଐତିହାସିକ ଇଡେନ୍ ଗାର୍ଡେନ୍ରେ ବି ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ସଚିନ ମାତ୍ର ୧୫ ବର୍ଷ ବୟସେର ସିସିଆଇର ସଦସ୍ୟତା ଲାଭ କରିଥିଲେ। ଏହା ପୂର୍ବରୁ ୧୮ ବର୍ଷରୁ କମ୍ ବୟସ୍କ ଖେଳାଳିଙ୍କୁ ସିସିଆଇ େଡ୍ରସିଂ ରୁମ୍ ଭିତରକୁ ପ୍ରବେଶ ଅନୁମତି ମିଳୁ ନଥିଲା।
ସଚିନ୍ ବଜାଇଲେ ଘଣ୍ଟି
Advertisment
Follow Us