Outlook India
ମୁମ୍ବାଇ: ମୟଙ୍କ ଅଗ୍ରୱାଲ ପ୍ରଥମ ଥର ସମସ୍ତ ଫର୍ମାଟ୍ ଲାଗି ବିଦେଶ ଗସ୍ତରେ ଯାଇଛନ୍ତି। ଆଇପିଏଲ୍ ପ୍ରଦର୍ଶନ ତାଙ୍କୁ ଏହି ସୁଯୋଗ ଦେଇଛି। କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳୁଥିବା ମୟଙ୍କ ୧୧ ମ୍ୟାଚ୍ରୁ ୧୫୬.୪୫ ଷ୍ଟ୍ରାଇକ୍ ରେଟ୍ରେ ୪୨୪ ରନ୍ କରିଥିଲେ। ଆଇପିଏଲ୍ରେ ତାଙ୍କ ଓ କେଏଲ୍ ରାହୁଲଙ୍କ ଓପନିଂ ଯୋଡ଼ି ଶ୍ରେଷ୍ଠ ଥିଲା। ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ପର୍ଯ୍ୟାୟରେ ଓପନିଂ ସ୍ଥାନ ପାଇଁ ସେ କିନ୍ତୁ ରାହୁଲ ଓ ଶୁବମନ ଗିଲ୍ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ। ହେଲେ ଟେଷ୍ଟ୍ରେ ମୟଙ୍କ ନିଶ୍ଚିତ ଓପନିଂ କରିବା ଉଚିତ ବୋଲି କିଂବଦନ୍ତି ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକର କହିଛନ୍ତି।
ମୁଁ ଜାଣିଛି ମୟଙ୍କ ବଡ଼ ସ୍କୋର୍ କରୁଥିବାରୁ ନିଶ୍ଚିତ ସେ ପାଳି ଆରମ୍ଭ କରିବେ ଏବଂ ଯଦି ରୋହିତ ଶର୍ମା ଫିଟ୍ ଥିବେ ସେ ବି ଏହି ସ୍ଥାନରେ ଖେଳିବେ। ପୃଥ୍ବୀ ସ’ ଓ ରାହୁଲଙ୍କ ମଧ୍ୟରୁ କାହାକୁ ଖେଳାଯିବ ତାହା ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ। ସେମାନେ ଜାଣିଛନ୍ତି କିଏ ଫର୍ମରେ ଅଛି ବୋଲି ଏକ ସାକ୍ଷାତକାରରେ ତେନ୍ଦୁଲକର କହିଛନ୍ତି। ଷ୍ଟିଭ୍ ସ୍ମିଥ୍, ଡେଭିଡ ୱାର୍ନର ଏବଂ ମାର୍ନସ ଲବୁସାନେଙ୍କୁ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍ ଦୃଢ଼ ରହିଛି। ଏମାନଙ୍କୁ ଅଟକାଇବା ଲାଗି ଭାରତୀୟ ବୋଲରମାନଙ୍କୁ ଅଧିକ ପ୍ରସ୍ତୁତ ହେବାକୁ ପଡ଼ିବ। ମୁଁ ନିଶ୍ଚିତ ଯେ ଭାରତ ଏଥିପାଇଁ ପ୍ରସ୍ତୁତ ଅଛି। ବିରାଟ କୋହଲିଙ୍କ ଅନୁପସ୍ଥିତ ଭାରତୀୟ ଦଳ ଉପରେ ପ୍ରଭାବ ପକାଇପାରେ। କିନ୍ତୁ ଦେଖିବାକୁ ଗଲେ ଆମ ପାଖରେ ବହୁ ପ୍ରତିଭାବାନ ଖେଳାଳି ରହିଛନ୍ତି। ସେମାନଙ୍କୁ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିବ ବୋଲି ସଚିନ କହିଛନ୍ତି।
Follow Us