ଓଡ଼ିଶାର ଏହି ଖେଳାଳିଙ୍କୁ ଡରୁଥିଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ, ଦେଖନ୍ତୁ କଣ କହନ୍ତି ସଚିନ

Advertisment
ଓଡ଼ିଶାର ଏହି ଖେଳାଳିଙ୍କୁ ଡରୁଥିଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ, ଦେଖନ୍ତୁ କଣ କହନ୍ତି ସଚିନ

ଭୁବନେଶ୍ୱର: ଦେବାଶିଷ ମହାନ୍ତି ଓଡ଼ିଶାର କେବଳ ଗର୍ବ ନୁହଁନ୍ତି ବରଂ ଭାରତର ଏମିତି ଜଣେ କ୍ରିକେଟର ଯାହାଙ୍କୁ ପାକିସ୍ତାନର ବ୍ୟାଟ୍ସମ୍ୟାନ ବି ଭୟ କରୁଥିଲେ | ୨୦ ଜୁଲାଇ ୧୯୭୬ ରେ ଜନ୍ମଗ୍ରହଣ କରିଥିବା ଏହି ବୋଲର ତାଙ୍କ ସମୟର ସୁଇଙ୍ଗର ସୁଲତାନ ଥିଲେ | ଦେବାଶିଷଙ୍କର ସୁଇଙ୍ଗ ବୋଲିଂ କେତେ ପ୍ରଭାବଶାଳୀ ଥିଲା, ସେ ବାବଦରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ଅନୁଭୂତି ସେୟାର କରିଛନ୍ତି | ସଚିନ କହିଛନ୍ତି ଯେ ଭାରତ ପାଇଁ ୧୯୯୭ ରେ ସାହାରା କପ ଦେବାଶିଷ ଖେଳୁଥିଲେ | କାନାଡାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଉଥିବାବେଳେ ଆହତ କାରଣରୁ ଶ୍ରୀନାଥ ଏବଂ ଭେଙ୍କଟେଶ ବିଶ୍ରାମ ନେଉଥିଲେ | ସେଥିପାଇଁ ବୋଲର ଦେବାଶିଷ ମହାନ୍ତି ବୋଲିଂ କରୁଥିଲେ | ଦେବାଶିଷ ମହାନ୍ତିଙ୍କ ଯୋଗୁଁ ଭାରତ ୪-୧ରେ ସିରିଜ୍ ଜିତିଥିଲା ​​|

ଟରୋଣ୍ଟୋରେ ଖେଳାଯାଇଥିବା ଏହି ସିରିଜରେ ଦେବାଶିଷ ପାକିସ୍ତାନର ଓପନର୍ ସୟଦ ଅନୱାରଙ୍କୁ ତିନିଥର ଆଉଟ କରିଥିଲେ । ସେହି ଦିନ ବିଶ୍ୱ କ୍ରିକେଟରେ ନିଜର ନାମ ଅର୍ଜନ କରିଥିବା ଅନୱାର ଦେବାଶିଷଙ୍କ ବଲକୁ ବୁଝିପାରିନଥିଲେ । ସେହି ସିରିଜରେ ଭାରତର ଅଧିନାୟକ ଥିବା ସଚିନ ତେନ୍ଦୁଲକର ଦେବାଶିଷ ଏବଂ ଅନୱାରଙ୍କ କାହାଣୀ ସେୟାର କରିଥିଲେ।


ସେ କହିଥିଲେ, 'ପ୍ରଥମ ଚାରିଟି ମ୍ୟାଚ୍‌ରେ ଦେବୋ (ଦେବାଶିଷ) ଅନୱାରଙ୍କୁ ବହୁତ ଅସୁବିଧାରେ ପକାଇଥିଲେ ଏବଂ ତାଙ୍କୁ ମଧ୍ୟ ଆଉଟ କରିଥିଲେ। ଚାରୋଟି ମ୍ୟାଚ୍ ପରେ ଏକ କାର୍ଯ୍ୟକ୍ରମ ଥିଲା | ଉଭୟ ଦଳର ଖେଳାଳି ଥିଲେ। ତା’ପରେ ସଇଦ ଅନୱାର ମୋ ପାଖକୁ ଆସିଲେ। ସେ ପଚାରିଲେ - ''ଦେବାଶିଷ କ’ଣ କରନ୍ତି ମୋତେ କୁହନ୍ତୁ | ମୁଁ(ସଚିନ) ପଚାରିଲି କଣ ହେଲା? ଅନୱାର କହିଲେ ଯେ ସେ ତାଙ୍କ ସୁଇଙ୍ଗକୁ ବୁଝି ହେଉନି । ଯେତେବେଳେ ମୁଁ ବଲକୁ ଛାଡିଥାଏ, ଏହା ଭିତରକୁ(ବ୍ୟାଟ) ଚାଲି ଆସେ | ଯେତେବେଳେ ମୁଁ ବଲ୍ ଖେଳେ, ଏହା ବ୍ୟାଟ ବାହାରକୁ ଯାଏ। ସୟଦ ଅନୱାର ଏହା ମଧ୍ୟ କହିଥିଲେ ଯେ ସେ କେବଳ ବିପଜ୍ଜନକ ବଲ ଫିଙ୍ଗି ନ ଥାଏ, ବରଂ ନିଜ ବଲ ମାଧ୍ୟମରେ ପଚାରିଥାନ୍ତି କିଭଳି ବୋଲିଂ କରିବି ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe