ସଚିନ୍‌ ତେନ୍ଦୁଲକର୍‌ ଜଣେ ‘ସ୍ଲିପ୍‌ ଓ୍ଵାକର୍‌’, ସେ ନିଦରେ ଶୋଇଥିବା ବେଳେ ଚାଲନ୍ତି: ସୌରଭ ଗାଙ୍ଗୁଲି

Advertisment
ସଚିନ୍‌ ତେନ୍ଦୁଲକର୍‌ ଜଣେ ‘ସ୍ଲିପ୍‌ ଓ୍ଵାକର୍‌’, ସେ ନିଦରେ ଶୋଇଥିବା ବେଳେ ଚାଲନ୍ତି: ସୌରଭ ଗାଙ୍ଗୁଲି

hindustantimes

ଏଜବାଷ୍ଟନ୍‌: ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଓ ମହାରାଜା ସୌରଭ ଗାଙ୍ଗୁଲିଙ୍କର ବନ୍ଧୁତ୍ୱ ପିଲାବେଳୁ। କାରଣ ଦୁହିଁଙ୍କୁ ୧୪ ବର୍ଷ ହୋଇଥିବା ବେଳେ ସେମାନେ ଜୁନିୟର ବିଭାଗରେ ଭାରତକୁ ପ୍ରତିନିଧିତ୍ୱ କରୁଥିଲେ। କେବଳ ସେତିକି ନୁହେଁ, ସଚିନ୍‌ ଓ ସୌରଭ ଜୁନିୟର ଟିମ୍‌ରେ ଥିବାବେଳେ ଓପନିଂ ଯୋଡ଼ି ବି ଥିଲେ। ପରବର୍ତ୍ତୀ ସମୟରେ ଦୁହେଁ ଟିମ୍‌-ଇଣ୍ଡିଆରେ ସଦସ୍ୟ ହେବା ସହ ଭାରତୀୟ କ୍ରିକେଟ ଦଳର କ୍ୟାପେଟନ୍‌ ମଧ୍ୟ ହୋଇଥିଲେ।

publive-image india.com

ନିକଟରେ ବ୍ରେକ୍‌ଫାଷ୍ଟ ଉଇଥ୍‌ ଚାମ୍ପିଅନ୍‌ସ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୌରଭ ଗାଙ୍ଗୁଲି ସଚିନ୍‌ ତେନ୍ଦୁଲକରଙ୍କ ବିଷୟରେ ଅନେକ ଅଜଣା କଥା ବର୍ଣ୍ଣନା କରିଛନ୍ତି। ତେବେ ସେ ଭିତରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ସଚିନ୍‌ ନିଦରେ ଚାଲନ୍ତି। ସଚିନଙ୍କ ଏଇ ଅଦ୍ଭୁତ ଅଭ୍ୟାସ ସଂପର୍କରେ ଗାଙ୍ଗୁଲି କହନ୍ତି, ‘ଥରେ ଇଂଲଣ୍ଡ ଗସ୍ତରେ ଆମେ ଦୁହେଁ ଯାଇଥିଲୁ। ଗୋଟିଏ କୋଠରୀରେ ବି ରହୁଥିଲେ। ଦିନେ ରାତିରେ ମୁଁ ଦେଖିଲି ସେ ଚାଲୁଛନ୍ତି। ମୁଁ ଭାବିଲି ସେ ବୋଧେ ବାଥ୍‌ରୁମ୍‌ ଯାଇଥିବେ। ତା’ପର ଦିନ ବି ସେୟା ହେଲା। ରାତି ପ୍ରାୟ ସାଢେ ଗୋଟାଏ ବେଳେ ସେ ଉଠିଲେ। ରୁମ୍‌ରେ ଟିକେ ଚାଲିଲେ। ଅଳ୍ପ କିଛି ସମୟ ପାଇଁ ଚେୟାରରେ ବସିଲେ। ତା’ପରେ ପୁଣି ଆସି ମୋ’ ପାଖରେ ଶୋଇପଡ଼ିଲେ।

ଏଇ ଘଟଣା ଦେଖିବା ପରେ ନିଜକୁ ଅଟକାଇ ପାରିଲେନି ଗାଙ୍ଗୁଲି। ପରଦିନ ସକାଳୁ ସେ ସଚିନ୍‌ଙ୍କୁ କହିଲେ, ‘ତମେ କାଲି ରାତିରେ ମତେ ଡରେଇ ଦେଲ। ତମେ ନିଦରୁ ଉଠି ଚାଲୁଥିଲ କାହିଁକି? ଏହାର ଉତ୍ତରରେ ସଚିନ୍‌ କହିଥିଲେ କି, ମୋର ନିଦରେ ଚାଲିବା ଅଭ୍ୟାସ ଅଛି। ମୁଁ ନିଦରେ ଥିବା ବେଳେ ବେଳେ ଚାଲେ। ତୁମେ ଡରିବ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe