Times of India
ନୂଆଦିଲ୍ଲୀ : ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହେଓ୍ଵାଲ ୧୦ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ପୁରୁଷ ବ୍ୟାଡ୍ମିଣ୍ଟନର ଷ୍ଟାର୍ ପାରୁପଲ୍ଲୀ କଶ୍ୟପଙ୍କୁ ଡିସେମ୍ବର ୧୪ରେ ବିବାହ କରିଛନ୍ତି। ବିବାହର ତାରିଖ ଡିସେମ୍ବର ୧୬ରେ ଧାର୍ଯ୍ୟ କରାଯାଇଥିବା ବେଳେ ଦୁଇ ଦିନ ପୂର୍ବରୁ ବିବାହ କରି ସାଇନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ବେଶୀ ବଡ଼ ଆକାରରେ ବିବାହ ନ କରି ସାଧା ସିଧା ଭାବରେ ବିବାହ କରିଥିଲେ ସାଇନା ଏବଂ ପାରୁପଲ୍ଲୀ ।
ବିବାହର ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ସମସ୍ତେ ତାଙ୍କୁ ବିବାହର ଶୁଭେଚ୍ଛା ଦେବା ଆରମ୍ଭ କରିଥିଲେ । ସମସ୍ତଙ୍କ ମଧ୍ୟରେ ଏବେ କ୍ରିକେଟ ଦୁନିଆର ଭଗବାନ ବୋଲି କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ ଶୁଭେଚ୍ଛାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କରିଥିବା ଭୁଲ ପାଇଁ ଏବେ ତାଙ୍କୁ କେହି କେହି ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।
DNA Indiaସୂଚନା ମୁତାବକ, ବିବାହର ଖବର ଆସିବା ପରେ, ପ୍ରଥମେ ବିନା ଫଟୋରେ ବିବାହର ଶୁଭେଚ୍ଛା ଜଣାଇଥିଲେ ସଚିନ୍ । ପରେ ସେ ପ୍ରଥମ ଟୁଇଟ୍କୁ ହଟାଇ ଦ୍ୱିତୀୟ ଥର ଫଟୋ ରଖି ବିବାହର ଶୁଭେଚ୍ଛା ଦେଇଥିଲେ । ସଚିନ ସାଇନାଙ୍କ ଫଟୋ ସହ ପାରୁପଲ୍ଲୀଙ୍କ ଫଟୋ ଟୁଇଟ୍ କରିବା ବଦଳରେ ସାଇନାଙ୍କ ସହ ବ୍ୟାଡମିଣ୍ଟନ ଖେଳାଳି କିନ୍ଦାବୀ ଶ୍ରୀକାନ୍ତଙ୍କ ଫଟୋ ଟୁଇଟ୍ କରି ବିବାହର ଶୁଭେଚ୍ଛା ଜଣାଇଥିଲେ । ପରେ ଭୁଲ ଜାଣି ପାରି ପାରୁପଲ୍ଲୀଙ୍କ ସହ ସାଇନାଙ୍କ ଫଟୋ ଟୁଇଟ୍ କରିଥିଲେ ସଚିନ୍ । ତାଙ୍କର ଏହି ଭୁଲ୍ ପାଇଁ ସେ ଟ୍ରୋଲ୍ ହୋଇଛନ୍ତି।
Follow Us