Zee News
ମୁମ୍ବାଇ: ବିଶ୍ୱର ପ୍ରସିଦ୍ଧ କ୍ରିକେଟର ସଚିନ୍ଦ ତେନ୍ଦୁଲକର ରବିବାର କହିଛନ୍ତି, ଭାରତ ଏବେ ଧୀରେ ଧୀରେ ଖେଳ ପ୍ରେମୀ ଦେଶରୁ ଖେଳ ଖେଳୁଥିବା ଦେଶରେ ପରିବର୍ତ୍ତନ ହେଉଛି। ତେନ୍ଦୁଲକର ସୁସ୍ଥ ଜୀବନଶୈଳୀକୁ ଗୁରୁତ୍ୱ ଦେଇଛନ୍ତି। ଠିକ୍ ଭାବେ ଖାଇବା-ପିଇବା ନେଇ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି। ସଚିନ ମୁମ୍ବାଇ ମାରାଥନର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି, ମୁଁ ଭାବୁଛି ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଜୀବନ ଶୈଳୀକୁ ଗୁରୁତ୍ୱ ଦେବା ଦରକାର। ସମସ୍ତେ ନିଜର ଖାଇବା-ପିଇବା ପ୍ରତି ଦୃଷ୍ଟି ଦେବା ଦରକାର। ସାଧାରଣ ଜନତା ନିଜର ଖାଇବା-ପିଇବା ପ୍ରତି ଧ୍ୟାନ ଦେବା ଜରୁରୀ। ଆମେ ଖେଳ ପ୍ରେମୀ ଦେଶରୁ ଖେଳ ଖେଳୁଥିବା ଦେଶ ଦିଗକୁ ଅଗ୍ରସର ହେଉଛେ।
ସୁସ୍ଥ ରହି କିଭଳି ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତିି, ସଚିନ ସେ ସଂପର୍କରେ କିଛି କହିଛନ୍ତି। ମୁମ୍ବାଇ ମାରାଥନରେ ୨୦ ହଜାର ଧାବକ ଅଂଶଗ୍ରହଣ କରିଛନ୍ତି। ଫିଟନେସ ପ୍ରତି ବ୍ୟକ୍ତିଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ। ମାରାଥାନକୁ ଲୋକେ ଗ୍ରହଣ କରୁଛନ୍ତି। ସକାଳୁ ବର୍ଷା ହେଉଥିଲା କିନ୍ତୁ ଲୋକେ ଦୌଡ଼ିବାକୁ ଆଦୌ କୁଣ୍ଠାବୋଧ କରି ନାହାନ୍ତି। ଏହି ମାରାଥନରେ ଏହା ହେଉଛି ସବୁଠୁ ବଡ଼ କଥା। ଏଠାରେ ଅଧିକାଂଶ ସମୟରେ ବର୍ଷା ଲାଗି ରହୁଛି। ମୁଁ ଭାବୁଛି ଯେ, ମାରାଥନକୁ ଚଳିତ ବର୍ଷ ବଡ଼ ସଫଳତା ମିଳିଛି। ଏଥିରେ ପ୍ରତିଯୋଗୀଙ୍କର ବଡ଼ ଭୂମିକା ରହିଛି।
  
 Follow Us