ଏଲବୋ ଗାର୍ଡକୁ ନେଇ ପରାମର୍ଶ ଦେଇଥିବା ୱେଟରଙ୍କୁ ଖୋଜୁଛନ୍ତି ସଚିନ୍‌

ସଚିନଙ୍କୁ କଟାକ୍ଷ କଲେ ପ୍ରଶଂସକ

Gulf News

ମୁମ୍ବାଇ: ସଚିନ୍‌ ତେନ୍ଦୁଲକର ଜଣେ ୱେଟରଙ୍କୁ ଖୁବ୍‌ ଖୋଜୁଛନ୍ତି। ଏହି ୱେଟରର ଜଣକଙ୍କ ପରାମର୍ଶ କ୍ରମେ ସେ ତାଙ୍କ ଏଲେବୋ ଗାର୍ଡକୁ ରି-ଡିଜାଇନ୍‌ କରିଥିବା କଥା କହିଛନ୍ତି। ସଚିନ୍‌ ନିଜର ଟୁଇଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏହି ଘଟଣା ବିଷୟରେ କହୁଥିବା ଶୁଣିବାକୁ ମିଳୁଛି। ଏଥିରେ ମାଷ୍ଟରବ୍ଲାଷ୍ଟର ସଚିନ୍‌ କିପରି ଜଣେ ୱେଟରଙ୍କ ପରାମର୍ଶ ପରେ ତାଙ୍କ ବ୍ୟାଟିଂ ଦକ୍ଷତାକୁ ପରିବର୍ତ୍ତନ କରି ଦେଇଥିଲେ ତାହା କହୁଛନ୍ତି।

publive-image business-standard.com

ସଚିନ୍‌ ଲେଖିଛନ୍ତି, ‘ମୁଁ ଚେନ୍ନାଇର ତାଜ କୋରୋମଣ୍ଡଳରେ ଟେଷ୍ଟ ସିରିଜ ସମୟରେ ଜଣେ ଷ୍ଟାଫ୍‌ଙ୍କୁ ଭେଟିଥିଲି। ଏହି ସମୟରେ ତାଙ୍କ ଓ ମୋ ଭିତରେ ଏଲବୋ ଗାର୍ଡକୁ ନେଇ ଆଲୋଚନା ହୋଇଥିଲା। ଏହି ୱେଟରଙ୍କ ପରାମର୍ଶ ପରେ ମୁଁ ଏଲବୋ ଗାର୍ଡର ରି-ଡିଜାଇନ୍‌ କରିଥିଲି। ମୁଁ ଜାଣି ନାହିଁ କି ସେ ଏବେ କେଉଁଠାରେ ଅଛନ୍ତି? କ’ଣ ଆପଣମାନେ ଏହି ୱେଟରଙ୍କୁ ଖୋଜିବାରେ ମୋତେ ସାହାଯ୍ୟ କରି ପାରିବେ?’

publive-image The Quint

ସଚିନ୍‌ ସେୟାର କରିଥିବା ଭିଡିଓରେ କହିଛନ୍ତି, ‘ସେହି ୱେଟର ଜଣକ କହିଥିଲେ କି ଏଲବୋ ଗାର୍ଡ ପିନ୍ଧି ଖେଳିବା ସମୟରେ ମୋର ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ ହୋଇଯାଇଥାଏ। ସେ ମୋର ଜଣେ ବଡ଼ ପ୍ରଶଂସକ, ସେ ମୋର ଖେଳିବା ସମୟର ପ୍ରତିଟି ମୁହୂର୍ତ୍ତକୁ ଅତି ନିଖୁଣ ଭାବେ ଦେଖି ଥାଆନ୍ତି। ତାଙ୍କର ଏହି ପରାମର୍ଶ ଶୁଣିବା ପରେ ମୁଁ ତାଙ୍କୁ କହିଥିଲି ତୁମେ ଦୁନିଆର ଏମିତି ଜଣେ ବ୍ୟକ୍ତି ଯିଏକି ମୋର ଦୁର୍ବଳତା କେଉଁଠି ରହିଛି ତାହାକୁ ନଜର କରି ପାରିଛ। ଏହାପର ଠାରୁ ମୁଁ ମୋର ଏଲବୋ ଗାର୍ଡକୁ ରି-ଡିଜାଇନ୍‌ କରିଥିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe