ସଚିନ ଓ କୋହଲିଙ୍କୁ ଆଉଟ କରିବା କଠିନ ହୋଇଥାଏ: କ୍ଲାର୍କ

Advertisment
ସଚିନ ଓ କୋହଲିଙ୍କୁ ଆଉଟ କରିବା କଠିନ ହୋଇଥାଏ: କ୍ଲାର୍କ

image source-free press journal

ମେଲ୍‌ବର୍ନ: ସଚିନ ତେନ୍ଦୁଲକରଙ୍କ କୌଣସି ଦୁର୍ବଳତା ନଥିବାରୁ ତାଙ୍କୁ ଆଉଟ୍‌ କରିବା କଠିନ ହୋଇଥାଏ। ବିରାଟ କୋହଲିଙ୍କ ପାଖରେ ମଧ୍ୟ ସମାନ ଗୁଣ ରହିଥିବାରୁ ତାଙ୍କର ବି ଶତକୀୟ ଲାଳସା ରହିଥିବା ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ କହିଛନ୍ତି। ଏପରିକି କ୍ଲାର୍କଙ୍କ ଖେଳିବା ସମୟ ମଧ୍ୟରେ ସଚିନଙ୍କ ଭଳି ଜଣେ ପୂର୍ଣ୍ଣାଙ୍ଗ ବ୍ୟାଟ୍ସମ୍ୟାନ କେହି ଥିବା ତାଙ୍କର ମନେପଡୁନଥିବା ସେ ଏକ ସାକ୍ଷାତକାରରେ କହିଛନ୍ତି।

ଏଥିସହିତ ଏବର ସମୟରେ ବିରାଟ କୋହଲିଙ୍କୁ ସମସ୍ତ ପ୍ରକାର କ୍ରିକେଟ୍‌ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ କ୍ଲାର୍କ ବର୍ଣ୍ଣନା କରିଛନ୍ତି। ଦିନିକିଆ ଓ‌ ଟ୍ବେଣ୍ଟି-୨୦ରେ ତାଙ୍କର ଅଦ୍ଭୂତପୂର୍ବ କୀର୍ତ୍ତିମାନ ରହିଛି। ଏପରିକି ଟେଷ୍ଟ କ୍ରିକେଟରେ ମଧ୍ୟ ସେ ଆଧିପତ୍ୟ ବିସ୍ତାର କରିବା ବାଟ‌ ବାହାର କରିସାରିଛନ୍ତି। ତେବେ ସଚିନ ଓ କୋହଲିଙ୍କ ମଧ୍ୟରେ ଶତକ ହାସଲ କରିବାର ଭୋକ ସେମାନଙ୍କ ମଧ୍ୟରେ ସମାନତାକୁ ଦର୍ଶାଉଥିବା କ୍ଲାର୍କ କହିଛନ୍ତି। ସଚିନ୍‌ ଏକମାତ୍ର କ୍ରିକେଟର ଭାବେ ୨୦୦ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି ଏବଂ ୧୦୦ ଆନ୍ତର୍ଜାତିକ ଶତକ ହାସଲ କରିଛନ୍ତି। ଟେଷ୍ଟରେ ୫୧ ଓ ଦିନିକିଆରେ ୪୯ ଶତକ ମାରିଥିଲା ବେଳେ ୨୦୦ ଟେଷ୍ଟ୍‌ରୁ ‌୧୫୯୨୧ ରନ୍‌ ଓ ୪୬୩ ଦିନିକିଆରୁ ୧୮୪୨୬ ରନ୍‌ ସଂଗ୍ରହ କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨୦୧୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଘରୋଇ ଟେଷ୍ଟ ଖେଳି ସେ ଅବସର ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe