ଘଣ୍ଟି ବଜାଇବେ ସଚିନ୍‌

Advertisment
ଦ୍ବୈତ ସ୍ବାର୍ଥ ପ୍ରସଙ୍ଗ: କ୍ଷୁବ୍‌ଧ ସଚିନ୍‌ କହିଲେ ବିସିସିଆଇ ଉତ୍ତରଦାୟୀ

ମୁମ୍ବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ‌େସାମବାର ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଘଣ୍ଟି ବଜାଇ ସଂକେତ ଦେବାକୁ ସିସିଆଇ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କୁ ଆମନ୍ତ୍ରଣ କରିଛି। ଲଣ୍ଡନର ଐତିହାସିକ ଲର୍ଡସ୍‌ ପଡ଼ିଆ ଭଳି ସିସିଆଇ ମଧ୍ୟ ମ୍ୟାଚ୍‌ ଶୁଭାରମ୍ଭ ଘୋଷଣା ଭଳି ଘଣ୍ଟି ବଜାଇବାର ପରମ୍ପରା ରଖିଛି। ଏଭଳି ପରମ୍ପରା ମଧ୍ୟ ନିକଟରେ କୋଲ୍‌କାତାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ରେ ଦେଖିବାକୁ ମିଳିଥିଲା। ହେଲେ ସଚିନ୍‌ଙ୍କ ସହ ଆମର ସ୍ବତନ୍ତ୍ର ସଂପର୍କ ରହିଛି। ସେ ମାତ୍ର ୧୫ ବର୍ଷ ବୟସର ହୋଇଥିଲା ବେଳେ ଆମେ ଆମର ନିୟମ ଭାଙ୍ଗି ତାଙ୍କୁ ଖେଳାଳି ଭାବେ ସଦସ୍ୟତା ଅର୍ପଣ କରିଥିଲୁ। ଏହା ପୂର୍ବରୁ ୧୮ ବର୍ଷରୁ କମ୍‌ ବୟସ୍କ ଖେଳାଳିଙ୍କୁ ଆମ ‌େଡ୍ରସିଂ ରୁମ୍‌ ଭିତରକୁ ପ୍ରବେଶ ଅନୁମତି ଦେଉନଥିଲୁ। ପୁଣି ଏବେ ତାଙ୍କ ପୁଅ ଅର୍ଜୁନ ଆମ କ୍ଲବ୍‌ ପକ୍ଷରୁ ଖେଳୁଛନ୍ତି। ତେଣୁ ସଚିନ୍‌ଙ୍କ ଭଳି ମହାନ୍‌ ଖେଳାଳିଙ୍କ ହାତରେ ଘଣ୍ଟି ବଜାଇ ଆମେ ମ୍ୟାଚ୍‌ର ଶୁଭାରମ୍ଭ କରିବାକୁ ଚାହିଁଛୁ ବୋଲି ସିସିଆଇ ପକ୍ଷରୁ କୁହାଯାଇଛି। ଏଠାରେ ସୂଚନାଯୋଗ୍ୟ, ପ୍ରାୟ ୯ ବର୍ଷର ବ୍ୟବଧାନ ପରେ ବ୍ରାବର୍ଣ୍ଣ ପଡ଼ିଆରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe