ରିଚାର୍ଡସଙ୍କ ପାଇଁ ଅବସର ନିଷ୍ପତ୍ତି ବଦଳାଇଥିଲେ ସଚିନ

Advertisment
ରିଚାର୍ଡସଙ୍କ ପାଇଁ ଅବସର ନିଷ୍ପତ୍ତି ବଦଳାଇଥିଲେ ସଚିନ

ଲଣ୍ଡନ: ୱେଷ୍ଟଇଣ୍ଡିଜରେ ଆୟୋଜିତ ୨୦୦୭ ବିଶ୍ବକପ୍‌ର ପ୍ରଥମ ପର୍ଯ୍ୟାୟରୁ ଭାରତ ଅପ୍ରତ୍ୟା‌ଶିତ ଭାବେ ବିଦାୟ ନେଇଥିଲା। ବ୍ୟକ୍ତିଗତ ଭାବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସେଥିରେ ତିନିଟି ମ୍ୟାଚ୍‌ରୁ ମାତ୍ର ୬୪ ରନ୍ କରିପାରିଥିଲେ। ଏହି ବିପର୍ଯ୍ୟୟ ପରେ କିନ୍ତୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେବା ଲାଗି ଆପାତତଃ ନିଷ୍ପତ୍ତି ନେଇ ସାରିଥିଲେ। ହେଲେ କିମ୍ବଦନ୍ତୀ କ୍ରିକେଟର ଭିଭିଆନ୍ ରିଚାର୍ଡସ ତାଙ୍କୁ ଏହି ନିଷ୍ପତ୍ତି ବଦଳାଇବାକୁ ବୁଝାଶୁଝା କରିଥିଲେ। ରିଚାର୍ଡସଙ୍କଠାରୁ ଫୋନ୍ ପାଇବା ପରେ ହିଁ ସଚିନ ଖେଳ ଜାରି ରଖିଥିଲେ। ଏକ ଘରୋଇ ଟେଲିଭିଜନ୍ ଚ୍ୟାନେଲ ପକ୍ଷରୁ ବିଶ୍ବକପ୍ ସମ୍ପର୍କିତ କାର୍ଯ୍ୟକ୍ରମ ‘ସଲାମ କ୍ରିକେଟ୍’ରେ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ସଚିନ ନିଜେ ଏହି କଥା ଉପରୁ ପରଦା ଉଠାଇଛନ୍ତି। ସେ କହିଛନ୍ତି, ସେତେବେଳେ ଭାରତୀୟ କ୍ରିକେଟ୍‌ରେ ଅନେକ କିଛି ଘଟଣା ଘଟୁଥିଲା। ଆମେ କେତେକ ପରିବର୍ତନ ଚାହୁଁଥିଲୁ। ଯଦି ସେହି ପରିବର୍ତନ ନହେବ, ତାହାଲେ ମୁଁ କ୍ରିକେଟ୍ ଛାଡ଼ିଦେବି ବୋଲି ୯୦ ପ୍ରତିଶତ ନିଷ୍ପତ୍ତି ନେଇ ସାରିଥିଲି। ହେଲେ ମୋ ବଡ଼ ଭାଇ ମୋତେ କହିଥିଲେ ଯେ ୨୦୧୧ ବିଶ୍ବକପ୍ ଫାଇନାଲ୍ ମୁମ୍ବାଇରେ ଖେଳାଯିବ। ଭାବି ଦେଖ ତୁମେ ସେହି ସୁନ୍ଦର ଟ୍ରଫିକୁ ମୁମ୍ବାଇରେ ତୋଳି ଧରିଲେ କେତେ ଭଲ ଲାଗିବ। ତା’ ପରେ ମୁଁ ମୋ ଫାର୍ମ ହାଉସକୁ ଚାଲି ଯାଇଥିଲି। ଠିକ୍ ସେତେବେଳେ ମୁଁ ସାର୍ ଭିଭିଆନ୍ ରିଚାର୍ଡସଙ୍କଠାରୁ ଫୋନ୍ କଲ ପାଇଥିଲି। ସେ ମୋତେ ବହୁତ ବୁଝାଇଥିଲେ। ତୁମ ପାଖରେ ଆହୁରି ବହୁତ କ୍ରିକେଟ୍ ବାକି ଅଛି ବୋଲି କହିଥିଲେ। ୪୫ ମିନିଟ୍ ଧରି ଆମେ ଏଥିନେଇ ଆଲୋଚନା କରିଥିଲୁ। ସେହି ଫୋନ୍ କଲ୍ ପରେ ହିଁ ମୁଁ ମୋ ନିଷ୍ପତ୍ତି ବଦଳାଇ ଦେଇଥିଲି। ମୁଁ ମଧ୍ୟ ତା’ ପରେ ବହୁତ ଭଲ ପ୍ରଦର୍ଶନ କରିଥିଲି ବୋଲି କହିଥିଲେ ସଚିନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe