Advertisment

ସଦାଶିବ ସ୍ମାରକୀ କ୍ରିକେଟ୍: ଫାଇନାଲ୍‌ରେ ସତ୍ୟପୀର ସ୍ପୋର୍ଟିଂ

Advertisment
ସଦାଶିବ ସ୍ମାରକୀ କ୍ରିକେଟ୍: ଫାଇନାଲ୍‌ରେ ସତ୍ୟପୀର ସ୍ପୋର୍ଟିଂ

ଭାପୁର (ନୟାଗଡ): ଭାପୁର ବ୍ଲକ୍‌ ଫତେଗଡ ଗ୍ରାମରେ ଥିବା ଫତେଗଡ ଯୁବକ ସଂଘ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଏକାଦଶ ସଦାଶିବ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ କାଇପଦରର ସତ୍ୟପୀର ସ୍ପୋର୍ଟିଂ କ୍ଲବ୍‌ ପ୍ରବେଶ କରିଛି। ଗୁରୁବାର ପ୍ରଥମ ସେମିଫାଇନାଲରେ ଏହି ଦଳ ଖୋର୍ଦ୍ଧା କଳିଙ୍ଗ ଟାଇଗର କ୍ରିକେଟ୍ କ୍ଲବ୍‌କୁ ୩୦ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସତ୍ୟପୀର ସ୍ପୋର୍ଟିଂ ନିର୍ଧାରିତ ୨୫ ଓଭରରେ ୮ ୱିକେଟ୍‌ ହରାଇ ୧୭୩ ରନ୍ କରିଥିଲା। ଜବାବରେ କଳିଙ୍ଗ ଟାଇଗର କ୍ଲବ୍‌ ୨୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୩ ରନ୍ କରିପାରିଥିଲା। ବ୍ୟକ୍ତିଗତ ଭାବେ ୩୯ ବଲ୍‌ରୁ ୨ ଛକା ଓ ୩ ଚୌକା ସହାୟତାରେ ୪୬ ରନ୍ କରିବା ସହିତ ଗୋଟିଏ ୱିକେଟ୍‌ ଦଖଲ କରିଥିବା ବିଜୟୀ ଦଳର ଏମ୍‌ଡି ଆକ୍ରାମ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦୁର୍ଗା ପ୍ରସାଦ ପଟ୍ଟନାୟକ ଏବଂ ଦ୍ବିଜେନ୍ଦ୍ର ଘୋଷ୍ ମ୍ୟାଚ୍‌ ପରିଚାଳନା କରିଥିଲେ। ବୁବୁ ସିହ୍ନା ଓ ସରୋଜ୍ କୁମାର ମହାପାତ୍ର ଭାଷ୍ୟକାର ଏବଂ ପବିତ୍ର କୁମାର ସାହୁ ସ୍କୋରର୍‌ କାର୍ଯ୍ୟ ତୁଲାଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶାଳପଡା ପଂଚାୟତ ସମିତି ସଭ୍ୟ ବସନ୍ତ କୁମାର ମାଝୀ, ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଦେବେନ୍ଦ୍ର ନାଥ ଅଚାର୍ଯ୍ୟ ଏବଂ ସମାଜ ସେବୀ ଗଗନ କୁମାର ବେହେରା ଯୋଗଦେଇ ଆକ୍ରମ୍‌ଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ରେ ବ୍ଲୁ ରକ୍‌ଷ୍ଟାର (ଯାଆଁଳା) ଏବଂ ମଞ୍ଚେଶ୍ବର କ୍ରିକେଟ୍ କ୍ଲବ୍‌ (ଭୁବନେଶ୍ବର) ମୁହାଁମୁହିଁ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe