ସାଫ୍‌ ଚାମ୍ପିଅନ୍‌ସିପ୍‌: ଭାରତ ୧, ବାଂଲାଦେଶ ୧

Advertisment
ସାଫ୍‌ ଚାମ୍ପିଅନ୍‌ସିପ୍‌: ଭାରତ ୧, ବାଂଲାଦେଶ ୧

ମାଲେ ସିଟି (ମାଳଦ୍ବୀପ): ଭାରତର ପୁରୁଷ ଫୁଟ୍‌ବଲ୍‌ ଦଳ ‌ସାଫ୍‌ ଚାମ୍ପିଅନ୍‌ସିପ୍‌ରେ ଅମୀମାଂସିତରୁ ଅଭିଯାନ ଆରମ୍ଭ କରିଛି। ସୋମବାର ବାଂଲାଦେଶ ବିପକ୍ଷ ନିଜର ପ୍ରଥମ ମ୍ୟାଚ୍‌‌କୁ ଏହି ଦଳ ୧-୧ ଗୋଲ୍‌ରେ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଛି। ଅଧିନାୟକ ସୁନିଲ ଛେତ୍ରୀ (୨୬ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଉଦାନ୍ତ ସିଂହଙ୍କ ସୁନ୍ଦର ପାସ୍‌କୁ ‌ସୁନିଲ କୌଣସି ଭୁଲ ନକରି ଏହି ଗୋଲ୍‌ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧକୁ ଭାରତ ୧-୦ରେ ଶେଷ କରିଥିଲା। ଦ୍ବିତୀୟାର୍ଦ୍ଧରେ ବାଂଲାଦେଶ ଆକ୍ରମଣାତ୍ମକ ଢଙ୍ଗରେ ଓହ୍ଲାଇଥିଲା। ୭୪ତମ ମିନିଟ୍‌ରେ ୟାସିନ ଅରାଫଥ ଏହି ଗୋଲ୍‌ଟି ଶୁଝି ସ୍ଥିତି ୧-୧ କରି ବାଂଲାଦେଶକୁ ପରାଜୟରୁ ରକ୍ଷା କରିଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍‌ ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ୫ ଦଳୀୟ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍‌ ଖେଳିବେ।

ଏହି ମ୍ୟାଚ୍‌ରେ ଛେତ୍ରୀ ନିଜର ୧୨୧ତମ ମ୍ୟାଚ୍‌ରୁ ୭୬ ଗୋଲ୍‌ କରିଥିଲେ। ଛେତ୍ରୀ କିଂବଦନ୍ତି ବ୍ରାଜିଲ୍‌ ଫୁଟ୍‌ବଲର୍‌ ପେଲେଙ୍କ ୭୭ ଅନ୍ତର୍ଜାତୀୟ ଗୋଲ୍‌ (୯୨ ମ୍ୟାଚ୍‌) ସହ ସମକକ୍ଷଠୁ ଗୋଟିଏ ଦୂରରେ ରହିଛନ୍ତି। ସେ ସର୍ବାଧିକ ଗୋଲ୍‌ ସ୍କୋରର୍‌ଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ଅଛନ୍ତି। ତାଙ୍କ ଆଗରେ କ୍ରିଷ୍ଟିଆନୋ ରୋନାଲ୍‌ଡୋ (୧୧୧), ଲିଓନେଲ ମେସି (୭୯), ଇରାନର ଅଲୀ ମାବକୌତ (୭୭) ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe