ଭୁବନେଶ୍ବର: ସାଫ୍ (ଦକ୍ଷିଣ ଏସୀୟ ଫୁଟବଲ୍ ମହାସଂଘ) ୨୦ ବର୍ଷରୁ କମ୍ ଫୁଟ୍ବଲ୍ ପ୍ରତିଯୋଗିତା ସୋମବାରଠାରୁ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହେବ। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ଶ୍ରୀଲଙ୍କା, ନେପାଳ, ମାଳଦ୍ବୀପ ଓ ବାଂଲାଦେଶ ଅଂଶଗ୍ରହଣ କରିବେ। ଭାରତ ତା’ର ଅଭିଯାନ ମଙ୍ଗଳବାର ବାଂଲାଦେଶ ବିପକ୍ଷରେ ଆରମ୍ଭ କରିବ। ୨୦୧୯ରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ବାଂଲାଦେଶକୁ ୨-୧ ଗୋଲ୍ରେ ହରାଇ ଭାରତ ବିଜେତା ହୋଇଥିଲା। ଏଥର ମଧ୍ୟ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିବ ଘରୋଇ ଦଳ। ସର୍ବଭାରତୀୟ ଫୁଟବଲ୍ ମହାସଂଘ ଏଥିଲାଗି ୨୩ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାର ଟଙ୍କଧର ବାଗ୍ ମଧ୍ୟ ସ୍ଥାନ ପାଇଛନ୍ତି। ମ୍ୟାଚ୍ଗୁଡ଼ିକ ଅପରାହ୍ଣ ୪ଟା ଏବଂ ରାତି ୭ଟାରେ ଖେଳାଯିବ।
ସାଫ୍ ୨୦ ବର୍ଷରୁ କମ୍ ଫୁଟ୍ବଲ୍ ଆଜିଠୁ
Advertisment
Follow Us